ଏମ୍ସରେ ହନି-ସିଂହ: ଯୋଡ଼ାମୁଣ୍ଡ ଅପରେସନ ପାଇଁ ଚାଲିଛି ପରୀକ୍ଷା ନିରୀକ୍ଷା, ବ୍ୟବହାର ହେବ ଥ୍ରୀଡି ଟେକ୍ନୋଲୋଜି

ଭୁବନେଶ୍ୱର: ନୂଆଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି କନ୍ଧମାଳର ବିରଳ ଯୋଡ଼ାମୁଣ୍ଡ ଶିଶୁ ହନି ଓ ସିଂହଙ୍କ ଚିକିତ୍ସା। ଦୁଇ ଶିଶୁଙ୍କ ଶରୀରରେ ଏବେ ଇନ୍‌ଫେକ୍ସନ ଥିବାରୁ ସେମାନଙ୍କୁ ଅବଜରଭେସନ୍‌ ରଖାଯାଇଛି। ସୋମବାରଠାରୁ ଉଭୟଙ୍କ ଶରୀରରେ ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯିବ। ରିପୋର୍ଟ ଆଧାରରେ ଅପରେସନ୍ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ପରୀକ୍ଷା ନିରୀକ୍ଷା ପାଇଁ ୨ରୁ ୩ ମାସ ଯାଏ ସମୟ ଲାଗି ପାରେ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି। […]

conjoined-twins-640x350

conjoined-twins-640x350

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:25 PM IST

Sports

Latest News

ଭୁବନେଶ୍ୱର: ନୂଆଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି କନ୍ଧମାଳର ବିରଳ ଯୋଡ଼ାମୁଣ୍ଡ ଶିଶୁ ହନି ଓ ସିଂହଙ୍କ ଚିକିତ୍ସା। ଦୁଇ ଶିଶୁଙ୍କ ଶରୀରରେ ଏବେ ଇନ୍‌ଫେକ୍ସନ ଥିବାରୁ ସେମାନଙ୍କୁ ଅବଜରଭେସନ୍‌ ରଖାଯାଇଛି। ସୋମବାରଠାରୁ ଉଭୟଙ୍କ ଶରୀରରେ ବିଭିନ୍ନ ପରୀକ୍ଷା ନୀରିକ୍ଷା କରାଯିବ। ରିପୋର୍ଟ ଆଧାରରେ ଅପରେସନ୍ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତେବେ ସମସ୍ତ ପରୀକ୍ଷା ନିରୀକ୍ଷା ପାଇଁ ୨ରୁ ୩ ମାସ ଯାଏ ସମୟ ଲାଗି ପାରେ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

ଅତ୍ୟଧିକ ସଂକ୍ରମଣ ପ୍ରବଣ ହୋଇଥିବାରୁ ଦୁହିଁକୁ ପ୍ରାଇଭେଟ୍ ଓ୍ୱାର୍ଡରେ ରଖାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏମ୍ସର ନିର୍ଦ୍ଦେଶକ କହିଛନ୍ତି ଦୁଇ ଶିଶୁଙ୍କ ଛାତିରେ ଏବେ ସଂକ୍ରମଣ ଅଛି। ଓଜନ ବି କମ୍ ରହିଛି। ପ୍ରଥମ ପର୍ୟାୟରେ ୮ରୁ ୧୬ ଦିନ ଯାଏ ଅବଜରଭେସନରେ  ରଖାଯାଇ ଉଭୟଙ୍କ ବ୍ରେନ୍ର ଆଞ୍ଜିଓଗ୍ରାମ୍, ସିଟି ସ୍କାନ୍, ଏମ୍ଆଇ ସମେତ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବ।  ଏଥିରେ ଅସ୍ତ୍ରୋପଚାର ଭଳି ସ୍ଥିତି ଥିବା ଜଣା ପଡ଼ିଲେ ଅସ୍ତ୍ରୋପଚାର ହେବ।  ଦରକାର ପଡ଼ିଲେ ୨ରୁ ୩ ମାସ ଯାଏ ପରିକ୍ଷାନୀରିକ୍ଷା କରାଯାଇ ପାରେ।

ପ୍ରାଥମିକ ପରୀକ୍ଷାରୁ ଶିଶୁ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କର ମସ୍ତିଷ୍କ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପାଇଁ ସମ୍ଭାବନା ଦେଖାଦେଲେ, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍  ସର୍ଜରୀ, ଭାସ୍କୁଲାର ସର୍ଜରୀ କାର୍ଡିଓ, ପେଡିଆଟ୍ରିକ୍ ଓ ଆନାସ୍ଥେସିଆ ବିଭାଗର ଅଭିଜ୍ଞ ବିଶେଷଜ୍ଞଙ୍କ ସହ ଶିଶୁ ମନସ୍ତତ୍ତ୍ୱବିତ୍‌ଙ୍କୁ  ନେଇ ଟିମ୍ ଗଢ଼ାଯିବ।  ଏହାପରେ ଥ୍ରୀଡି ଟେକ୍ନୋଲୋଜି ମାଧ୍ୟମରେ ହନି ଓ ସିଂହଙ୍କ ପ୍ଲାଷ୍ଟିକର ଅବିକଳ ନକଲ ପ୍ରସ୍ତୁତ କରାଯାଇ ପ୍ରଥମେ ମକ୍‌ଡ୍ରିଲ ହେବ। ଏହା ପରେ ଯାଇ ଅସ୍ତ୍ରୋପଚାର ହେବ । ତେବେ ଏସବୁ ଭିତରେ ଅପରେସନ୍ ପରର ସଫଳତାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos