କାନ୍ଧରେ ଶବ ବୁହା ଘଟଣା: ଘରେ ଥାଇ ବି ଶୁଦ୍ଧି କରିବାର ସୌଭାଗ୍ୟ ମିଳିଲାନି ବାପ, ଝିଅଙ୍କୁ

ଭବାନୀପାଟଣା: ପତ୍ନୀର ଶବକୁ ପତି କାନ୍ଧରେ ବୋହି ଘରକୁ ନେବା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଏପର୍ଯ୍ୟନ୍ତ ନିଦ୍ରାଭଙ୍ଗ ହୋଇନାହିଁ। ଆଦିବାସୀ ପରମ୍ପରା ଅନୁସାରେ ଆଜି ପତ୍ନୀର ଡିବି (ଶୁଦ୍ଧି କ୍ରିୟା) କରିବାକୁ ବାହାରି ଥିବା ଦାନ ମାଝିଙ୍କୁ ପ୍ରଶାସନିକ ବ୍ୟବସ୍ଥାରେ ନାକେଦମ ହେବାକୁ ପଡିଛି। ପ୍ରଶାସନର ଅପାରଗତାରୁ ଘରେ ଥାଇ ମଧ୍ୟ ଦାନଙ୍କୁ ପତ୍ନୀର ଶବ ଶୁଦ୍ଧି କରିବାର ସୌଭାଗ୍ୟ ମିଳିନାହିଁ। ଆଜି […]

bhabanipatana

bhabanipatana

Rakesh Mallick
  • Published: Friday, 26 August 2016
  • Updated: 26 August 2016, 10:08 PM IST

Sports

Latest News

bhabanipatanaଭବାନୀପାଟଣା: ପତ୍ନୀର ଶବକୁ ପତି କାନ୍ଧରେ ବୋହି ଘରକୁ ନେବା ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ଏପର୍ଯ୍ୟନ୍ତ ନିଦ୍ରାଭଙ୍ଗ ହୋଇନାହିଁ। ଆଦିବାସୀ ପରମ୍ପରା ଅନୁସାରେ ଆଜି ପତ୍ନୀର ଡିବି (ଶୁଦ୍ଧି କ୍ରିୟା) କରିବାକୁ ବାହାରି ଥିବା ଦାନ ମାଝିଙ୍କୁ ପ୍ରଶାସନିକ ବ୍ୟବସ୍ଥାରେ ନାକେଦମ ହେବାକୁ ପଡିଛି। ପ୍ରଶାସନର ଅପାରଗତାରୁ ଘରେ ଥାଇ ମଧ୍ୟ ଦାନଙ୍କୁ ପତ୍ନୀର ଶବ ଶୁଦ୍ଧି କରିବାର ସୌଭାଗ୍ୟ ମିଳିନାହିଁ।

ଆଜି ସକାଳୁ ଦାନ ଏବଂ ତାଙ୍କ ୧୨ ବର୍ଷର ଝିଅ ଅମଙ୍ଗଙ୍କ ଶବ ସତ୍କାର ପାଇଁ ପ୍ରସ୍ତୁତ ହୋଇଥିଲେ। ଦାନ ପତ୍ନୀଙ୍କ ଶବ କାନ୍ଧରେ ପକାଇ ସତ୍କାର ପାଇଁ ଯିବାକୁ ବାହାରି ଥିଲେ। ଏହି ସମୟରେ ତାଙ୍କୁ ପଚରାଉଚରା ପାଇଁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଯିବାକୁ ଡାକରା ଆସିଥିଲା। ଫଳରେ ଶବ ଛାଡି ଦାନ ଓ ତାଙ୍କ ଝିଅକୁ ଯିବାକୁ ପଡିଥିଲା। ପଚରାଉଚରା ନାଁରେ ବାପ, ଝିଅ ଏ ଅଫିସରୁ ସେ ଅଫିସକୁ ଦୌଡିବା ପରେ ଶେଷକୁ ଆର୍ଥିକ ସହାୟତା ଆକାରରେ ମିଳିଥିଲା ମାତ୍ର ୫ ହଜାର ଟଙ୍କା। ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଘଟଣା ଘଟିଯିବା ପରେ ମଧ୍ୟ ପ୍ରଶାସନ ତା’ର ଦାୟିତ୍ୱକୁ କିପରି ପାଳନ କରୁଛି। ପ୍ରଶାସନ ଚାହିଁଥିଲେ ଦାନ ଏବଂ ତାଙ୍କ ଝିଅକୁ ନ ଡକାଇ ପ୍ରଶାସନିକ ଅଧିକାରୀ ତାଙ୍କ ଗାଁକୁ ଯାଇ ପଚରାଉଚରା କରିପାରିଥାନ୍ତେ। ଜଣେ ଲୋକକୁ ପତ୍ନୀର ଶବ କାନ୍ଧରେ ବୋହିବାକୁ ଏକ ପ୍ରକାର ବାଧ୍ୟ କରିବା ପରେ ପ୍ରଶାସନ ଏବେ ତାଙ୍କ ପରମ୍ପରାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି।

ଦାନ କହିଛନ୍ତି, “ମୁଁ ପତ୍ନୀର ଶବ କାନ୍ଧରେ ପକାଇ ଡାକ୍ତରଖାନାରୁ ବାହାରିବା ବେଳେ ମୋତେ କେହି ପଚାରିଲେ ନାହିଁ। ଶବ ନେବାକୁ ଆମ୍ବୁଲାନ୍ସ ବ୍ୟବସ୍ଥା ଥିବା କଥା ମୁଁ ଜାଣିନାହିଁ। ଘଟଣା ଦିନ ଶବ ନେବାକୁ ଗୋଟେ ଗାଡ଼ି ଯୋଗାଡ କରି ଦେବାକୁ ବହୁ ନେହୁରା ହୋଇଥିଲି। ହେଲେ କେହି ମୋ କଥା ଶୁଣି ନ ଥିଲେ।”

ସବୁ ଘଟଣାରେ ପାଟି ବନ୍ଦ କରି ବସିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏ ନେଇ ରାଜ୍ୟ ସରକାର ତଦନ୍ତ କରୁଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗତକାଲି ଦାନଙ୍କ ଉପରେ ଦୋଷ ଲଦି ଖସି ଯିବାକୁ ବସିଥିବା ଜିଲ୍ଲା ପ୍ରଶାସନ ଆଜି ୟୁ-ଟର୍ଣ୍ଣ ମାରିଛି। ଗତକାଲି ଉପଜିଲ୍ଲାପାଳ ଏବଂ ସିଡିଏମ୍‌ଓ ଏପରି ଘଟଣା ପାଇଁ ଦାନଙ୍କୁ ଦାୟୀ କରିଥିଲେ। ଆଜି ଜିଲ୍ଲାପାଳ କହିଛନ୍ତି, “ଏହି ଘଟଣାର ସାନି ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ଘଟଣା ପାଇଁ ଡ୍ୟୁଟିରେ ଥିବା ଷ୍ଟାଫ୍‌ ଓ ସୁରକ୍ଷା ଏଜେନ୍ସି ଦାୟୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଂଗ୍ରେସ ଓ ସମାଜପାଦୀ ପାର୍ଟି ପକ୍ଷରୁ ବିକ୍ଷୋଭ କରାଯାଇଛି। ଆଜି କଳାହାଣ୍ଡି କଂଗ୍ରେସ ଶାଖା ପକ୍ଷରୁ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ପିସିସି ସଭାପତି କହିଛନ୍ତି, “ଦାନ ମାଝି ନିଜ କାନ୍ଧରେ ପତ୍ନୀର ଶବ ବୋହିବା ଘଟଣା ଏ ସରକାରର ଅମାନବୀୟତାର ସବୁଠୁ ବଡ଼ ପ୍ରମାଣ। ମୋ ନେତୃତ୍ୱରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଆସନ୍ତାକାଲି କଳାହାଣ୍ଡି ଯାଇ ଘଟଣାର ଅନୁଧ୍ୟାନ କରିବ।”

ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, “ବିରୋଧୀ ଦଳଙ୍କର ଲୋକଙ୍କ ପାଖରେ କିଛି ପତିଆରା ନାହିଁ। କିଛି ଅଘଟଣକୁ ଘଟଣା କରି ବର୍ଣ୍ଣନା କଲେ ଲୋକେ ତାଙ୍କ ଆଡକୁ ପଳାଇବେ ବୋଲି ଭାବୁଛନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିକି ନେଲା, ଏଥିରେ ସରକାର କ’ଣ କରିବେ? ଯେଉଁଠି ମାନବିକତାର ପ୍ରଶ୍ନ ଉଠୁଛି ସେଠାରେ ରାଜନୈତିକ ପ୍ରଶ୍ନ କରାଯାଇ ନ ଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story