କାନ୍ଧରେ ଶବ ବୁହା ଘଟଣା: ମେଲଘରାରୁ ବାହାରିଲା କଂଗ୍ରେସର ପଦଯାତ୍ରା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପଟାଣାରେ ଦନ ମାଝି ତାଙ୍କ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅପାରଗ ସରକାର ଓ ସ୍ଥାନୀୟ ପ୍ରଶାସନର ଅବହେଳାରୁ ଏପରି ଏକ ଘଟଣା ଘଟି ଗଲା ବୋଲି ବିରୋଧୀ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି।  ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହରିଛି। ମେଲଘରାରୁ […]

bhakta-das

bhakta-das

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 05:08 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପଟାଣାରେ ଦନ ମାଝି ତାଙ୍କ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅପାରଗ ସରକାର ଓ ସ୍ଥାନୀୟ ପ୍ରଶାସନର ଅବହେଳାରୁ ଏପରି ଏକ ଘଟଣା ଘଟି ଗଲା ବୋଲି ବିରୋଧୀ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଘଟଣାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ  ଆରମ୍ଭ ହୋଇଛି।  ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା ବାହରିଛି। ମେଲଘରାରୁ ବାହାରି ଥିବା ଏହି ପଦଯାତ୍ରା  ୬୦ କିମି ଦୂର ଭବାନୀପାଟଣାରେ ଆସନ୍ତାକାଲି ପହଞ୍ଚିବ । ସେଠାରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଭକ୍ତ କହିଛନ୍ତି। ଏହି ପଦଯାତ୍ରାରେ ଦଳର ବହୁ ନେତା ଓ କର୍ମୀ ସାମିଲ  ହୋଇଛନ୍ତି।

ଭକ୍ତ କହିଛନ୍ତି,“ଦାନ ମାଝି ରାତି ସାରା ୧୦ କି.ମି. ଚାଲି ତା’ ସ୍ତ୍ରୀର ଶବ ବୋହିବା ତାଙ୍କ ପ୍ରତି ଓ ମାନବ ସମାଜ ପ୍ରତି ଅସମ୍ମାନ। ଦାନ ଯେମିତି ଚାଲି ଚାଲି ଶବ ବୋହି ରାତିରେ ଆସିଥିଲେ ଆମେ ମଧ୍ୟ ସେମିତି କରିବୁ। ଆଜି ପୂର୍ବହ୍ନ ୧୦ଟାରୁ ଆମେ ଦାନଙ୍କ ଗାଁ ମେଲଘରାରୁ ପଦଯାତ୍ରାରେ ବାହାରି ୬୦ କି.ମି. ଦୂର ଭବାନୀପାଟଣା ଯିବୁ। ସୋମବାର ପ୍ରାୟ ୧୨ଟାରେ ସେଠାରେ ପହଞ୍ଚିବା ପରେ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବୁ।”

ସେହିପରି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଜି ମେଲଘରାକୁ ଯାଇ  ଦାନ ମାଝିଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos