କେନ୍ଦୁଝର: ୬ବର୍ଷ ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖୁଣ୍ଟାପଶି ଗାଁର ପୋଖରୀରୁ ଏକ ୬ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଶିଶୁଟିର ନାଁ  ସୁନୀଲ କୁମାର ସାହୁ। ଘରୋଇ କଳହକୁ ନେଇ ଶିଶୁଟିକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସୁନୀଲକୁ ସେହି ଗାଁର ମନୋଜ କୁମାର ସାହୁ (ପାପୁନ) ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ସୁନୀଲର ବାପା ଭୂପତି ସାହୁ ଜଣେ ଦିନ ମଜୁରିଆ। ଗତକାଲି […]

sisu-2

sisu-2

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 04:22 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖୁଣ୍ଟାପଶି ଗାଁର ପୋଖରୀରୁ ଏକ ୬ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଶିଶୁଟିର ନାଁ  ସୁନୀଲ କୁମାର ସାହୁ। ଘରୋଇ କଳହକୁ ନେଇ ଶିଶୁଟିକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସୁନୀଲକୁ ସେହି ଗାଁର ମନୋଜ କୁମାର ସାହୁ (ପାପୁନ) ହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ସୁନୀଲର ବାପା ଭୂପତି ସାହୁ ଜଣେ ଦିନ ମଜୁରିଆ। ଗତକାଲି ସକାଳେ କୌଣସି କଥାକୁ ନେଇ ପାପୁନଙ୍କ ସହିତ ତାଙ୍କର ବଚସା ହୋଇଥିଲା। କଥା କଟାକଟି ବେଳେ ଭୂପତିଙ୍କ ବଂଶ ବୁଡ଼ାଇ ଦେବାକୁ ପାପୁନ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ସନ୍ଧ୍ୟାରେ ଘରକୁ ଫେରି ଭୂପତି ପୁଅକୁ ଖୋଜିଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ ପୁଅ ଟିଉସନ୍ ଯାଇଛି। କିନ୍ତୁ ଭୂପତି ଖବର ନେଇ ଜାଣିଲେ ଯେ ପୁଅ ଟିଉସନ୍ ଯାଇ ନାହିଁ। ଏହା ପରେ ସେମାନେ ସୁନୀଲକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ବିଳମ୍ବିତ ରାତିରେ ତା’ର ମୃତଦେହ ଏକ ପୋଖରୀ ନିକଟରେ ଠାବ କରାଯାଇଥିଲା। ଶିଶୁଟିର ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିଲା ଓ ଆଖି ଦୁଇଟିକୁ ତାଡ଼ି ଦିଆଯାଇଥିଲା।

ଭୂପତି କହିଛନ୍ତି,“ପାପୁନ ମୋ ପୁଅକୁ ହତ୍ୟା କରିଛି। ମୁଁ ଛେଳି ଚରାଇ ଘରକୁ ଫେରିବା ପରେ ପୁଅକୁ ଖୋଜିବାରୁ ପୁଅ ଟିଉସନ ଯାଇଛି ବୋଲି ତା’ର ମା’ ମୋତେ କହିଥିଲା। ଟିଉସନକୁ ପୁଅ ଯାଇ  ନ ଥିବା ଖବର ମିଳିବା ପରେ ଚାରିଆଡେ ଖୋଜାଖୋଜି କରିଥିଲୁ।  ପାଖରେ ଥିବା ଏକ ପୋଖରୀରୁ ପୁଅର ମୃତଦେହ ମିଳିଥିଲା। ପାପୁନ ମୋ ବଂଶ ବୁଡ଼ାଇ ଦେବ ବୋଲି ଧମକ ଦେଇଥିଲା। ମୁଁ ଦାବି କରୁଛି  ମନୋଜକୁ ଫାଶୀ ଦଣ୍ଡ ଦିଆଯାଉ ଓ  ମୋ ପରିବାରକୁ କ୍ଷତିପୂରଣ ଦିଆଯାଉ।”

ଏନେଇ ହରିଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos