କାର୍ଯ୍ୟକାରୀ ହେବ ‘ଆମ ଜଙ୍ଗଲ ଯୋଜନା’

ଭୁବନେଶ୍ୱର: କଟକଣା ସତ୍ତ୍ୱେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଅବାଧରେ ବନ୍ୟପ୍ରାଣୀ ସାମଗ୍ରୀର ବେଆଇନ କାରବାର ଚାଲିଛି। ଏହାସହ ଜଙ୍ଗଲ ଅବକ୍ଷୟ, ଜଳାଭାବ ଓ ଜଙ୍ଗଲୀ ନିଆଁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ […]

navin

navin

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 09:08 PM IST

Sports

Latest News

junjalଭୁବନେଶ୍ୱର: କଟକଣା ସତ୍ତ୍ୱେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଅବାଧରେ ବନ୍ୟପ୍ରାଣୀ ସାମଗ୍ରୀର ବେଆଇନ କାରବାର ଚାଲିଛି। ଏହାସହ ଜଙ୍ଗଲ ଅବକ୍ଷୟ, ଜଳାଭାବ ଓ ଜଙ୍ଗଲୀ ନିଆଁ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି।

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର କଟକଣା ପରେ କଟକଣା ଲଗାଉଛନ୍ତି, ହେଲେ ଏହାର କିଛି ପ୍ରଭାବ ଶିକାରୀଙ୍କ ଉପରେ ପଡୁନାହିଁ। ଛାଲ, ମାଂସ ଓ ଅନ୍ୟ ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ଶିକାର ହେଉଛି। ଏହାକୁ ରୋକିବାକୁ ପୂର୍ବରୁ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଏବେ ରାଜ୍ୟ ସରକାର ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ୬ ବର୍ଷରେ ୧୧୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନାରେ ଅଢେଇ ଲକ୍ଷ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି କରାଯିବା ସହ ଉଜୁଡା ଜଙ୍ଗଲର ସୁରକ୍ଷା ଓ ଜଙ୍ଗଲ ଉପରେ ନିର୍ଭର କରୁଥିବା ଜନଜାତିଙ୍କ ଜୀବିକା ନିର୍ବାହ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, “ଆମ ଜଙ୍ଗଲ ଯୋଜନା ଚଳିତବର୍ଷରୁ କାର୍ଯ୍ୟକାରୀ ହେବ। ଏହି ଯୋଜନାରେ ଉଜୁଡି ଯାଉଥିବା ଜଙ୍ଗଲର ପୁନରୁଦ୍ଧାର କରାଯିବ।”

ଜୈବ ବିବିଧତା ଅବକ୍ଷୟ ଯୋଗୁଁ ବନ୍ୟଜନ୍ତୁଙ୍କ ଲାଗି ପ୍ରାକୃତିକ ବାସସ୍ଥାନ ଓ ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଯାହାକୁ ନେଇ ପଶୁ-ମଣିଷ ଲଢେଇ ଦିନକୁ ଦିନ ବଢିବାକୁ ଲାଗିଛି। ରେଳ ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ ପରି ଘଟଣା ହାତୀ ମୃତ୍ୟୁର କାରଣ ପାଲଟିଛି। ଏହାସହ ଆନ୍ଥ୍ରାକ୍ସ ଭଳି ରୋଗ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଆନ୍ଥ୍ରାକ୍ସରେ ୭ଟି ହାତୀଙ୍କ ମୃତ୍ୟୁ ପରିବେଶବିତଙ୍କ ଚିନ୍ତା ବଢାଇ ଦେଇଛି। ଜଙ୍ଗଲୀ ନିଆଁ ଓ ପାନୀୟଜଳ ଅଭାବ ବନ୍ୟଜନ୍ତୁଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos