କାଶୀପୁର: ୧୫ ବର୍ଷ ପରେ ବି ସୁଧୁରି ନାହିଁ ପରିସ୍ଥିତି

କଲ୍ୟାଣସିଂହପୁର: ଆମ୍ୱ ଟାକୁଆ ଓ ଅନାହାର ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ରାୟଗଡ଼ା ଜିଲ୍ଲା କାଶୀପୁରରେ ଅବସ୍ଥା ଏପର୍ଯ୍ୟନ୍ତ ସୁଧୁରିନି। ଏବେବି ସିପିଯୋଡ଼ି ଗାଁ ଲୋକଙ୍କ ଛାତ ଓ ଅଗଣାରେ ଆମ୍ୱ କୋଇଲି ଶୁଖୁଛି। ରାତିରେ କୋଇଲିକୁ ପାଣିରେ ବତରାଉଛନ୍ତି ଏବଂ ତା’ପର ଦିନ ତାକୁ ଜାଉ କରି ଖାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ। ହେଲେ ଗତ କିଛି ଦିନ ତଳେ ୩ ଜଣଙ୍କ ମୃତ୍ୟୁର କରଣ ଆମ୍ୱ […]

kasipur1

kasipur1

Rakesh Mallick
  • Published: Tuesday, 30 August 2016
  • Updated: 30 August 2016, 10:16 PM IST

Sports

Latest News

kasipur2କଲ୍ୟାଣସିଂହପୁର: ଆମ୍ୱ ଟାକୁଆ ଓ ଅନାହାର ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ରାୟଗଡ଼ା ଜିଲ୍ଲା କାଶୀପୁରରେ ଅବସ୍ଥା ଏପର୍ଯ୍ୟନ୍ତ ସୁଧୁରିନି। ଏବେବି ସିପିଯୋଡ଼ି ଗାଁ ଲୋକଙ୍କ ଛାତ ଓ ଅଗଣାରେ ଆମ୍ୱ କୋଇଲି ଶୁଖୁଛି। ରାତିରେ କୋଇଲିକୁ ପାଣିରେ ବତରାଉଛନ୍ତି ଏବଂ ତା’ପର ଦିନ ତାକୁ ଜାଉ କରି ଖାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ। ହେଲେ ଗତ କିଛି ଦିନ ତଳେ ୩ ଜଣଙ୍କ ମୃତ୍ୟୁର କରଣ ଆମ୍ୱ ଟାକୁଆ ଜାଉ ନୁହେଁ ବୋଲି କହିଛି ଜିଲ୍ଲା ପ୍ରଶାସନ।

୨୦୦୧ ମସିହାରେ କାଶୀପୁରରେ ଆମ୍ୱ ଟାକୁଆ ଖାଇ ୨୦ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା। ଏହି ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ ଏବେ ପୁଣି ସେହି କାରଣରୁ ତିନି ଜଣଙ୍କର ମୃତ୍ୟୁ ପରେ ବି ପ୍ରଶାସନର ଚେତା ପଶିନି କି ସୁଧୁରିନି ଆଦିବାସୀ ଅଧ୍ୟୁଷିତ ସିପିଯୋଡି ଗାଁ ଲୋକଙ୍କ ଆର୍ଥିକ ସ୍ଥିତି। ଲୋକେ ଦୁଇ ଓଳି ଖାଇବାକୁ ପାଉନାହାନ୍ତି।ବାଧ୍ୟ ହୋଇ ଘରେ ରଖିଥିବା ଆମ୍ୱ ଟାକୁଆ ଜାଉ ଖାଉଛନ୍ତି ବୋଲି ଅଭିଯୋଗ ହେଉଛି।

ଗାଁ ଲୋକଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହୋଇଛି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)। ଏହି ଯୋଜନାରେ ମିଳିଥିବା ଜବ୍‌ କାର୍ଡ଼ ଏବେ ଦଲାଲଙ୍କ ପାଖରେ ବନ୍ଧା ପଡ଼ିଛି।କାମ କଲେ ଦଲାଲ ଅଳ୍ପ କିଛି ଟଙ୍କା ଦେଇ ସବୁ ହଡପ୍‌ କରୁଛି ବୋଲି ଅଭିଯୋଗ ହେଉଛି।ଏହାଛଡ଼ା ଜଣକା ମିଳୁଛି ୫ କେଜି ଲେଖାଏଁ ଚାଉଳ, ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି।

kasipurଗାଁରେ ପାନୀୟ ଜଳ ବ୍ୟବସ୍ଥା ନାହିଁ। ଯେଉଁ ନଳକୂପଟିଏ ରହିଛି ସେଥିରୁ ଗୋଳିଆ ପାଣି ବାହାରୁଛି। ସେହି ପାଣି ପିଇବା ଯୋଗ୍ୟ ନୁହେଁ।ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ପଡ଼ୁଛନ୍ତି।

ଏ ସମ୍ପର୍କରେ ପଲେଇ ମାଝି କହିଛନ୍ତି, “ବୋରିଂରେ ଗୋଳିଆ ପାଣି ବାହାରୁଥିବାରୁ ଆମେ ପାଖ ନଦୀ ପାଣିକୁ ବ୍ୟବହାର କରୁଛୁ।ଫଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛୁ। କଣ କରିବୁ ବହୁବାର  ପ୍ରଶାସନ ଓ ସରପଞ୍ଚଙ୍କୁ ଅବଗତ କରିଛୁ।କିନ୍ତୁ କିଛି ଲାଭ ମିଳୁନାହିଁ।”

ସୁମତି ଝୋଡିଆ କହିଛନ୍ତି, “ଦିନକୁ ଅଧା କେଜି ଚାଉଳ ଖାଇବା ଲୋକଙ୍କୁ ମାସକୁ ମିଳୁଛି ୫ କେଜି ଚାଉଳ, କେତେ ଦିନ ଖାଇବ? ନରେଗାରେ କାମ ମିଳୁନି”।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story