କଟକରେ ଜଣ୍ଡିସରେ ୧୭ ଆକ୍ରାନ୍ତ

କଟକ: କଟକର ଜୋବ୍ରା ଅଞ୍ଚଳର ନୂଆସାହିରେ ପ୍ରାୟ ୧୭ ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ପାନୀୟ ଜଳ ଯୋଗୁଁ ଏଠାରେ ଜଣ୍ଡିସ୍ ବ୍ୟାପି ଥିବା ଜିଲ୍ଲା ପ୍ରଶାସନ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିପାଇଁ ଉକ୍ତ ଅଞ୍ଚଳର ପାଇପ୍‌ ପାଣିର ନମୁନା ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ପିଏଚ୍‌ଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜଣ୍ଡିସ୍ ଆକ୍ରାନ୍ତଙ୍କ ପାଇଁ ଏସ୍‌ସିବି ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କହିଛନ୍ତି,“ଜୋବ୍ରା […]

jaundice

jaundice

Rakesh Mallick
  • Published: Friday, 25 March 2016
  • Updated: 25 March 2016, 05:54 PM IST

Sports

Latest News

[caption id="attachment_75560" align="alignleft" width="300"]jaundice ଜଣ୍ଡିସ୍ ନେଇ ଗୁରୁବାର କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ[/caption]

କଟକ: କଟକର ଜୋବ୍ରା ଅଞ୍ଚଳର ନୂଆସାହିରେ ପ୍ରାୟ ୧୭ ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ପାନୀୟ ଜଳ ଯୋଗୁଁ ଏଠାରେ ଜଣ୍ଡିସ୍ ବ୍ୟାପି ଥିବା ଜିଲ୍ଲା ପ୍ରଶାସନ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିପାଇଁ ଉକ୍ତ ଅଞ୍ଚଳର ପାଇପ୍‌ ପାଣିର ନମୁନା ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ପିଏଚ୍‌ଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜଣ୍ଡିସ୍ ଆକ୍ରାନ୍ତଙ୍କ ପାଇଁ ଏସ୍‌ସିବି ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

କଟକ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କହିଛନ୍ତି,“ଜୋବ୍ରା ଅଞ୍ଚଳରେ କିଛି ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଦୂଷିତ ଜଳ ଯୋଗୁଁ ସେଠାରେ ଜଣ୍ଡିସ୍ ବ୍ୟାପି ଥିବା ଅନୁମାନ କରାଯାଉଛି। କାରଣ ସେଠାରେ ଏକ ସ୍ଥାନରେ ପାଣି ପାଇପ୍ ଫାଟି ଯାଇଛି। ସିଏମ୍‌ସି ପକ୍ଷରୁ ଏକ ସୋକ୍‌ପିଟ୍ ନିର୍ମାଣ ବେଳେ ଏହି ପାଇପ୍‌ଟି ପ୍ରାୟ ୧୫ ଦିନ ହେଲାଣି ଟିକେ ଫାଟି ଯାଇଛି। ତେଣୁ ସେଥିରୁ ପାଣି ଦୂଷିତ ହୋଇଥିବା ଅନୁମାନ କରାଯାଉଛି। ହୋଇଥାଇପାରେ ତା’ପୂର୍ବରୁ ବି ପାଣି ଦୂଷିତ ହୋଇଥିବ। ତେଣୁ ଜୋବ୍ରା ଅଞ୍ଚଳରେ ପାଇପ୍‌ ପାଣି ଯୋଗାଣ ପାଇଁ ଯେତେ ଡିଷ୍ଟ୍ରିବ୍ୟୁସନ୍ ଲାଇନ୍ ଓ ସର୍ଭିସ୍ ଲାଇନ୍ ଅଛି ସେଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ ପାଇପ୍ ଲାଇନ୍ ଫାଟିଥିବା ଅବା ନଷ୍ଟ ହୋଇଥିବ, ତା’ହେଲେ ସେଗୁଡ଼ିକୁ ବଦଳା ଯିବ। ସେହିପରି ସର୍ଭିସ୍ ଲାଇନ୍‌ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ ସେଗୁଡ଼ିକୁ ବଦଳାଇବା ପାଇଁ ଲୋକଙ୍କୁ କୁହାଯିବ।”

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି,“ପ୍ରତ୍ୟେକ ଦିନ ଜୋବ୍ରା ଅଞ୍ଚଳରେ ପାଣିର ନମୁନା ସଂଗ୍ରହ କରାଯିବ। ସ୍ୱାସ୍ଥ୍ୟ ଓ ପିଏଚ୍‌ଡି ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଦଳ ପାଣିର ନମୁନା ସଂଗ୍ରହ କରିବ। ପାଣିର ନମୁନା ପରୀକ୍ଷା ହୋଇ ଆସିବା ପରେ ଉକ୍ତ ଅଞ୍ଚଳରେ କ’ଣ ଅସୁବିଧା ରହୁଛି ସ୍ପଷ୍ଟ ହୋଇଯିବ ଏବଂ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଯେଉଁ ଅଞ୍ଚଳରେ ପାଇପ୍ ପାଣି ପ୍ରଦୂଷିତ ହେଉଥିବା ଜଣାପଡ଼ିବ, ସେଠାରେ ଆମେ ବିକଳ୍ପ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଲୋକଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ। ଏବେ ଯେଉଁ ଅଞ୍ଚଳରେ ପାଣି ପ୍ରଦୂଷିତ ହୋଇଛି ବୋଲି ଜଣାପଡୁଛି ସେଠାରେ ପାଣିର ସୁପର କ୍ଲୋରିନେସନ୍ କରାଯିବ।”

ଜଣ୍ଡିସ୍‌ କାରଣ ସହିତ ବିଶୁଦ୍ଧ ପାନୀୟ ଜଳ ପିଇବା ନେଇ କଟକରେ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି,“ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯିବ। ପାଣି ଫୁଟାଇ ପିଇବା ପାଇଁ ଲୋକଙ୍କୁ କୁହାଯିବ। ତା’ସହିତ କୌଣସି ସ୍ଥାନରେ ପାଣି ଦୂଷିତ ହେଉଥିଲେ ସଙ୍ଗେ ସଙ୍ଗେ ପ୍ରଶାସନକୁ ଜଣାଇବାକୁ କୁହାଯିବ। ସେହିପରି ସ୍କୁଲ୍‌ ପିଲାଙ୍କୁ ଜଣ୍ଡିସ୍‌ର କାରଣ, ନିରାପଦ ପାଣି ପିଇବାର ଆବଶ୍ୟକତା ସଂପର୍କରେ ସଚେତନ କରାଯିବ।”

ଯୋବ୍ରା ନୂଆସାହି ବାସିନ୍ଦା ଅମ୍ବିକା ସାମଲ କହିଛନ୍ତି, “ଡ୍ରେନ୍‌ରେ ଯେଉଁ ପାଇପ୍‌ ପଡିଛି ସେଥିରେ କଣା ଅଛି। ଫଳରେ ମଇଳା ପାଣି ଆସୁଛି। ତାକୁ ପିଇବା ଦ୍ୱାରା ଲୋକେ ଜଣ୍ଡିସ୍‌ ଆକ୍ରାନ୍ତ ହେଉଛନ୍ତି।”

ସିଏମ୍‌ସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ କହିଛନ୍ତି, “ନିୟମିତ ଭାବେ ଜଳ ନମୁନା ପରୀକ୍ଷା କରାଯାଉଛି। ଯେଉଁଠି ପାଣି ଦୂଷିତ ହୋଇଛି ପିଏଚ୍‌ଡି ତରଫରୁ ସିନଟେକ୍ସ ଦେଇ ପାଣି ଦେଇଛୁ। ଲୋକଙ୍କୁ ସଚେତନ କରାଯିବାକୁ ଆସନ୍ତାକାଲିଠାରୁ ଏଠାରେ ସ୍ୱସ୍ଥ୍ୟ ଶିବିର କରାଯିବ।”

ଜିଲ୍ଲାପାଳ କହିଛନ୍ତି ଯେ ଗତବର୍ଷ କଟକର ଯେଉଁ ସବୁ ଅଞ୍ଚଳରେ ଜଣ୍ଡିସ୍ ବ୍ୟାପି ଥିଲା ସେଠାରେ ମଧ୍ୟ ସଫାସୁତରା ଓ ପାଇପ୍ ଲାଇନ୍‌ଗୁଡ଼ିକୁ ଯାଞ୍ଚ କରାଯିବ।

ଗୁରୁବାର ସଂଧ୍ୟାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜୋବ୍ରାର ଜଣ୍ଡିସ୍ ବ୍ୟାପି ଥିବା  ଅଞ୍ଚଳ ପରିଦର୍ଶନ କରିଥିଲା ଓ ସ୍ଥିତିର ଅନୁଧ୍ୟାନ କରିଥିଲା। ଏହା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଏଠାରେ ସହରବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଣ୍ଡିସ୍ ସଂପର୍କରେ ସଚେତ ଆଦି ଉପରେ ଆଲୋଚନା ହୋଇଥିଲା। ସଫାସୁତରା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସିଏମ୍‌ସି ଓ ପିଏଚ୍‌ଡି ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story