୧୨ ଦଫା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ୧୨ ଦଫା ଦାବି ନେଇ ଆଜି କଟକ ନଗର କଂଗ୍ରେସ ପକ୍ଷରୁ କଟକ ସହରରେ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। କଂଗ୍ରେସ କର୍ମୀମାନେ କଟକ ଷ୍ଟେସନ୍‌ରେ ସକାଳେ ଦୁଇ ଘଣ୍ଟା ପାଇଁ ରେଳରୋକ କରିଥିଲେ। ବାଦାମବାଡ଼ିରେ ଟାୟାର ଜାଳି ଦଳୀୟ କର୍ମୀମାନେ ରାସ୍ତାରୋକ କରିଥିଲେ। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ୍ କହିଥିଲେ,“କଟକ ସହରର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ […]

katak-bandh

katak-bandh

Rakesh Mallick
  • Published: Friday, 12 August 2016
  • Updated: 12 August 2016, 06:09 PM IST

Sports

Latest News

katak-bandhକଟକ: ୧୨ ଦଫା ଦାବି ନେଇ ଆଜି କଟକ ନଗର କଂଗ୍ରେସ ପକ୍ଷରୁ କଟକ ସହରରେ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା।

କଂଗ୍ରେସ କର୍ମୀମାନେ କଟକ ଷ୍ଟେସନ୍‌ରେ ସକାଳେ ଦୁଇ ଘଣ୍ଟା ପାଇଁ ରେଳରୋକ କରିଥିଲେ। ବାଦାମବାଡ଼ିରେ ଟାୟାର ଜାଳି ଦଳୀୟ କର୍ମୀମାନେ ରାସ୍ତାରୋକ କରିଥିଲେ।

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ୍ କହିଥିଲେ,“କଟକ ସହରର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି। ରାସ୍ତାଘାଟଗୁଡ଼ିକର ଦୁରବସ୍ଥା ନ କହିଲେ ଭଲ। ମ୍ୟୁନିସିପାଲିଟି ସ୍ଥାଣୁ ପାଲଟି ଯାଇଛି। ସହରରେ ଶହ ଶହ ଲୋକ ଡେଙ୍ଗୁ ଓ ହଇଜାରେ ଆକ୍ରାନ୍ତ ହୋଇଛନ୍ତି। ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ। ସହରର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବାକୁ ଜାଇକାକୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଜାଇକା କଟକ ସହରକୁ ଏକ ମରଣଯନ୍ତାରେ ପରିଣତ କରି ଦେଇଛି। ଚାରିଆଡ଼େ ରାସ୍ତାଘାଟ ଖୋଳି ପକାଇଛି ଓ ଏହାର କୌଣସି ସ୍ଥାୟୀ ପ୍ରତିକାର କରି ନାହିଁ। ହୋଲଡିଂ ବାବଦରେ ଚାରି ଗୁଣା ଅଧିକ ଟିକସ ନେଉଛନ୍ତି, କିନ୍ତୁ ସହରବାସୀ ସେହି ସେବା ପାଇପାରୁ ନାହାନ୍ତି। ଏ ସବୁକୁ ନେଇ ଆଜି କଟକ ସହରରେ ବନ୍ଦ ଡାକରା ଦିଆଯାଇଛି।”

ସେ କହିଛନ୍ତି, “କଟକ ସହରର ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଆମେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଛୁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କଟକ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଛନ୍ତି ଓ ସମସ୍ୟାଗୁଡ଼ିକର ସମାଧାନ କରି ନାହାନ୍ତି। ତେଣୁ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଛି। ଆମ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରାଯିବ।”

ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର କହିଛନ୍ତି, “କଂଗ୍ରେସର ବନ୍ଦ ଡାକରାରେ କଟକର ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଚେଇଁ ଶୋଇଛନ୍ତି। ସରକାରଙ୍କ ଉପରେ କଟକ ବନ୍ଦର ପ୍ରଭାବ ନିଶ୍ଚିତ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos