ଏଫଏଚଆରଏଆଇ ସୁବର୍ଣ୍ଣ ଜୟନ୍ତୀରେ ଘୋଷଣା: କଟକ ଓ ଭୁବନେଶ୍ୱରରେ ଦୁଇଟି ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବେ ଫର୍ଚ୍ୟୁନ ଓ ହଳଦିରାମ ଗ୍ରୁପ୍

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ନିର୍ମାଣ ହେବ ଦୁଇଟି ପଞ୍ଚ ତାରକା ହୋଟେଲ୍। ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଦ୍ୱିତୀୟ ଦିନରେ କରାଯାଇଛି ଏହି ଘୋଷଣା। ସଂଘର ସଭାପତି ତଜିନ୍ଦର ସିଂ ୱାଲିଆ କରିଛନ୍ତି ଏହି ଘୋଷଣା। ହଳଦିରାମ ଓ ଫର୍ଚ୍ୟୁନ୍ ଗ୍ରୁପ୍ ପକ୍ଷରୁ ନିର୍ମାଣ କାରଯିବ ଏହି ଦୁଇଟି ହୋଟେଲ୍। ଏହା ମଧ୍ୟରୁ ଗୋଟିଏ ହୋଟେଲ୍ ଭୁବନେଶ୍ୱର ଓ ଅନ୍ୟଟି ଟ୍ୱିନସିଟି ବା […]

five-star-hotel

five-star-hotel

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 02:42 PM IST

Sports

Latest News

[caption id="attachment_35590" align="alignleft" width="300"]five-star-hotel ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ତଜିନ୍ଦର ସିଂ ୱାଲିଆ[/caption]

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ନିର୍ମାଣ ହେବ ଦୁଇଟି ପଞ୍ଚ ତାରକା ହୋଟେଲ୍। ଭୁବନେଶ୍ୱରରେ ଚାଲିଥିବା ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଦ୍ୱିତୀୟ ଦିନରେ କରାଯାଇଛି ଏହି ଘୋଷଣା। ସଂଘର ସଭାପତି ତଜିନ୍ଦର ସିଂ ୱାଲିଆ କରିଛନ୍ତି ଏହି ଘୋଷଣା। ହଳଦିରାମ ଓ ଫର୍ଚ୍ୟୁନ୍ ଗ୍ରୁପ୍ ପକ୍ଷରୁ ନିର୍ମାଣ କାରଯିବ ଏହି ଦୁଇଟି ହୋଟେଲ୍। ଏହା ମଧ୍ୟରୁ ଗୋଟିଏ ହୋଟେଲ୍ ଭୁବନେଶ୍ୱର ଓ ଅନ୍ୟଟି ଟ୍ୱିନସିଟି ବା ଭୁବନେଶ୍ୱର-କଟକ ମଝିରେ ନିର୍ମାଣ କରାଯିବ। ହଳଦିରାମ ଭୁବନେଶ୍ୱରରେ ତା’ର ପଞ୍ଚ ତାରକା ହୋଟେଲ୍ ନିର୍ମାଣ କରିବ। ସେହିଭଳି ଫର୍ଚ୍ୟୁନ୍ ଗ୍ରୁପ୍ କଟକ ଓ ଭୁବନେଶ୍ୱର ମଝିରେ ତା’ର ହୋଟେଲ୍ ନିର୍ମାଣ କରିବ।

ଫର୍ଚ୍ୟୁନ୍ ହୋଟେଲ୍ସର ଏମଡି ସୁରେଶ କୁମାର କହିଛନ୍ତି ଯେ କଟକ ଓ ଭୁବନେଶ୍ୱର ମଝିରେ ଜାତୀୟ ରାଜପଥ କଡ଼ରେ ଏକ ପଞ୍ଚ ତାରକା ହୋଟେଲ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ୬ ଏକର ଜାଗା ଚିହ୍ନଟ କରାଯାଇଛି। ପ୍ରାୟ ୧୦୦ ରୁମ୍ ବିଶିଷ୍ଟ ଏକ ହୋଟେଲ୍ ନିର୍ମାଣ କରାଯିବ। ତେବେ ଏହି ହୋଟେଲ୍ ପାଇଁ ତାଙ୍କ କଂପାନୀ କେତେ ଟଙ୍କା ନିବେଶ କରିବ ସେ ନେଇ ସୁରେଶ କୁମାର କୌଣସି ସୂଚନା ଦେଇ ନାହାନ୍ତି।

ସେହିପରି ପୁରୀର ଶାମୁକା ପ୍ରକଳ୍ପରେ ଆମେରିକାର ନ୍ୟୁପୋର୍ଟ ଗ୍ରୁପ୍ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ସେଠାରେ ଫ।ଇଭ୍ ଷ୍ଟାର ଓ ବଜେଟ୍ ହୋଟେଲ୍ ବ୍ୟତୀତ ଗଲ୍ଫ କୋର୍ସ, ବିଚ୍ ଟୁରିଜିମର ବିକାଶ ପାଇଁ ଏହି ଗ୍ରୁପ ଯୋଜନା କରିଛି।

ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ଅତିଥି ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରାଜୀପ ପ୍ରତାପ ରୁଡ୍ଡି। ଯୁବପୀଢ଼ିଙ୍କୁ ଉତ୍ତମ କାର୍ଯ୍ୟ କୌଶଳ ସମ୍ପର୍କରେ ଶିକ୍ଷା ଦେଲେ ସେମାନଙ୍କର ଉନ୍ନତି ହେବ ବୋଲି ରୁଡ୍ଡି କହିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହା ଉପରେ କେନ୍ଦ୍ର ସରକାର ପ୍ରାଥମିକତା ଦେଉଥିବା କଥା ସେ କହିଛନ୍ତି। ସେହିଭଳି ରୁଡ୍ଡି ଆହୁରି କହିଛନ୍ତି, ଭାରତକୁ ସାରା ବିଶ୍ୱର ସ୍କିଲ୍ କ୍ୟାପିଟାଲ କରିବା ଆମ ଲକ୍ଷ୍ୟ।

ଏହି ସମ୍ମିଳନୀରେ, ହୋଟେଲ ଗୁଡ଼ିକ କିଭଳି ଉତ୍ତମ ସେବା ଓ ଦେୟ କ୍ଷେତ୍ରରେ ଆକର୍ଷଣୀୟ ହୋଇପାରିବେ ଏବଂ ହୋଟେଲ ନ ଥିବା ପର୍ଯ୍ୟଟନ ଅଞ୍ଚଳରେ ହୋଟେଲ ବ୍ୟବସାୟ ଆରମ୍ଭ କରିବେ ସେସବୁ ଦିଗ ଉପରେ ଆଲୋଚନା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos