କଟକରେ ପୁଣି ଜଣେ ଚାଷୀ ଜୀବନ ହାରିଲେ

କଟକ/ଆଠଗଡ଼: ଫସଲହାନି ଓ ଋଣବୋଝ ଯୋଗୁଁ ରାଜ୍ୟରେ ମଙ୍ଗଳବାର ଆଉ ଜଣେ ଚାଷୀ ଜୀବନ ହାରି ଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଂଜୟ ପ୍ରଧାନ। ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଇଚ୍ଛାପୁର ବ୍ଲକ୍ ଅନ୍ତର୍ଗତ ପତଣ୍ଡା ଗାଁରେ। ସେ ନଭେମ୍ବର ୫ ତାରିଖରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ସଂଜୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ […]

cuttack

cuttack

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 03:38 AM IST

Sports

Latest News

କଟକ/ଆଠଗଡ଼: ଫସଲହାନି ଓ ଋଣବୋଝ ଯୋଗୁଁ ରାଜ୍ୟରେ ମଙ୍ଗଳବାର ଆଉ ଜଣେ ଚାଷୀ ଜୀବନ ହାରି ଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଂଜୟ ପ୍ରଧାନ। ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଇଚ୍ଛାପୁର ବ୍ଲକ୍ ଅନ୍ତର୍ଗତ ପତଣ୍ଡା ଗାଁରେ। ସେ ନଭେମ୍ବର ୫ ତାରିଖରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ସେଠାରେ ମୃତ୍ୟୁ ଘଟିଛି। ସଂଜୟଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ଉଜୁଡି ଯିବାରୁ କିଛି ଦିନ ହେବ ସେ ଚିନ୍ତାରେ ଥିଲେ। ସେ ପ୍ରାୟ ଦେଢ ଲକ୍ଷ ଟଙ୍କା ହାତ ଉଧାରି କରିଥିଲେ। ଗାଁ ଲୋକେ ସଞ୍ଜୟଙ୍କ ବାପାଙ୍କୁ ବାରମ୍ୱାର ଟଙ୍କା ମାଗୁଥିଲେ। ଋଣ ଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ସଞ୍ଜୟ ପ୍ରାୟ ୪ ଏକର ଜମିରେ ଚାଷ କରିଥିଲେ। ଏଥିରୁ ୨ ଏକରରେ ସେ ଭାଗରେ ଚାଷ କରିଥିଲେ। ସେ ଧାନ ସହିତ ପରିବାର ଚାଷ ମଧ୍ୟ କରିଥିଲେ। ତେବେ ସେ କୌଣସି ସୋସାଇଟି ଅବା ବ୍ୟାଙ୍କରୁ ଋଣ କରି ନଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।

ଏହା ପୂର୍ବରୁ ନଭେମ୍ବର ୭ ତାରିଖରେ ମଧ୍ୟ ଆଠଗଡ଼ ଉପଖଣ୍ଡରେ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ତାଙ୍କ ନାଁ ସୁଧୀର ସାହୁ। ତାଙ୍କ ଘର ତିଗିରିଆ ବ୍ଲକ ଅନ୍ତର୍ଗତ ସଂପଡ଼ା ଗାଁରେ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଫସଲହାନି ଓ ଋଣବୋଝରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story