କଟକ: ଲୁଟ୍ ପରେ ମହିଳାଙ୍କୁ ଗଣଦୁଷ୍କର୍ମ  

କଟକ: କଟକ ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗତକାଲି ରାତିରେ ଚାରି ଜଣ ଦୁର୍ବୃତ୍ତ ଜଣଙ୍କ ଘରୁ ଲୁଟ୍ କରିବା ପରେ ସେହି ଘରର ଜଣେ ମହିଳାଙ୍କ ସହିତ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। କଟକ ଡିସିପି ମଧ୍ୟ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସୁଜିତ (ଛଦ୍ମନାମ)  ଝିଙ୍କିରିଆରେ ଘର ଭଡ଼ା ନେଇ ପରିବାର ସହ ରହୁଥିଲେ। ଗତକାଲି ରାତିରେ ସେ କଟକ ବଡ଼ […]

rape

rape

Rakesh Mallick
  • Published: Wednesday, 27 July 2016
  • Updated: 03 August 2016, 06:24 PM IST

Sports

Latest News

କଟକ: କଟକ ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗତକାଲି ରାତିରେ ଚାରି ଜଣ ଦୁର୍ବୃତ୍ତ ଜଣଙ୍କ ଘରୁ ଲୁଟ୍ କରିବା ପରେ ସେହି ଘରର ଜଣେ ମହିଳାଙ୍କ ସହିତ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। କଟକ ଡିସିପି ମଧ୍ୟ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ସୁଜିତ (ଛଦ୍ମନାମ)  ଝିଙ୍କିରିଆରେ ଘର ଭଡ଼ା ନେଇ ପରିବାର ସହ ରହୁଥିଲେ। ଗତକାଲି ରାତିରେ ସେ କଟକ ବଡ଼ ମେଡିକାଲରେ ଜଣେ ସଂପର୍କୀୟଙ୍କ ପାଖରେ ରହିଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଥିଲେ। ରାତି ପ୍ରାୟ ସାଢ଼େ ୧ଟା ବେଳ ୪ ଜଣ ଦୁର୍ବୃତ୍ତ କବାଟି ଭାଙ୍ଗି ତାଙ୍କ ଘର ଭିତରେ ପଶିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ତାଙ୍କ ସ୍ତ୍ରୀଙ୍କଠାରୁ ମଙ୍ଗଳସୁତ୍ର, ପାଉଁଜି, ୩ଟି ମୋବାଇଲ ଓ କିଛି ଟଙ୍କା ଲୁଟି ଥିଲେ। ତେବେ ଏତିକିରେ କଥା ସରି ନ ଥିଲା। ସେମାନେ ସୁଜିତଙ୍କ ସ୍ତ୍ରୀଙ୍କୁ ପାଖାପାଖି ଦେଢ଼ କିଲୋମିଟିର ଦୂରକୁ ନଦୀ ପଠାକୁ ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

ମହିଳା ଜଣଙ୍କ କଟକ ସଦରଥାନାରେ ଏନେଇ ଏତଲା ଦେଇଛନ୍ତି। ପୋଲିସ ଏତଲା ଗ୍ରହଣ କରି ଘଟଣାସ୍ଥଳକୁ ଯାଇ  ପ୍ରାଥମିକ ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos