କେନ୍ଦ୍ରାପଡ଼ା: ଚଢ଼ାଉ ବେଳେ ବୃଦ୍ଧଙ୍କ ମୃତ୍ୟୁ, ଦୁଇ ପୋଲିସ୍ କର୍ମଚାରୀ ନିଲମ୍ବିତ

କେନ୍ଦ୍ରାପଡ଼ା: ଚଢ଼ାଉ ବେଳେ ପୋଲିସ୍‌ କର୍ମଚାରୀଙ୍କ ଧକ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଭଗବତୀପୁର ଗାଁରେ ଆଜି ଭୋରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧଙ୍କ ନାମ ବସନ୍ତ ନାୟକ (୬୨)। ସଂପୃକ୍ତ ପୋଲିସ୍ ପୋଲିସ୍ କର୍ମଚାରୀ ଦ୍ୱୟଙ୍କୁ ଗିରଫ କରିବା ତଥା ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ଗାଁ ଲୋକେ ଭୋର୍ ୫ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ […]

police-missbehave

police-missbehave

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 10:27 AM IST

Sports

Latest News

[caption id="attachment_75457" align="alignleft" width="300"]kendrapada ନିଲମ୍ବିତ ଦୁଇ ପୋଲିସ୍ କର୍ମଚାରୀ ଓ ଲୋକଙ୍କ ଦ୍ୱାରା ଅଟକ ଦୁଇ ବ୍ୟକ୍ତି[/caption]

କେନ୍ଦ୍ରାପଡ଼ା: ଚଢ଼ାଉ ବେଳେ ପୋଲିସ୍‌ କର୍ମଚାରୀଙ୍କ ଧକ୍କାରେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଭଗବତୀପୁର ଗାଁରେ ଆଜି ଭୋରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧଙ୍କ ନାମ ବସନ୍ତ ନାୟକ (୬୨)। ସଂପୃକ୍ତ ପୋଲିସ୍ ପୋଲିସ୍ କର୍ମଚାରୀ ଦ୍ୱୟଙ୍କୁ ଗିରଫ କରିବା ତଥା ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଦାବିରେ ଗାଁ ଲୋକେ ଭୋର୍ ୫ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ। ଏହା ସହିତ ଗାଁ ଲୋକେ ଅଟକ ରଖିଥିବା ଦୁଇ ପୋଲିସ୍ କର୍ମଚାରୀ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ନିଜ ହେପାଜତକୁ ନେଇଛି।

ଅନ୍ୟପକ୍ଷରେ ଏ ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତିନଜିତ୍ ସିଂହ ଦୁଇ ଅଭିଯୁକ୍ତ ପୋଲିସ୍ କର୍ମଚାରୀ- ଚଉଦକୁଲାଟ ଫାଣ୍ଡିର ଏସ୍‌ଆଇ ସତ୍ୟନାରାୟଣ ସେନାପତି ଓ କନଷ୍ଟେବଳ ଜୟନ୍ତ ମାହାଳଙ୍କୁ ନିଲମ୍ବନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁକୁ ଦୋଳ ପୂଜା ଦେଖିବାକୁ ବସନ୍ତ ନାୟକଙ୍କ ପୁଅ ପ୍ରୀତିରଞ୍ଜନ ଯାଇଥିଲେ। ପୋଇପାଟ ହେଉଛି ବସନ୍ତଙ୍କର ଶ୍ୱଶୁର ଘର ଗାଁ। ସେଠାରେ ବସନ୍ତଙ୍କର ବେଲତଳ ଗାଁର ରବୀନ୍ଦ୍ର ପ୍ରଧାନ ଓ ନିମାପୁରର ନରେଶ ମହାନ୍ତିଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ରବୀନ୍ଦ୍ର ଓ ନରେଶ ଏକ ଘରୋଇ ଗାଡ଼ିରେ ଚଉଦକୁଲାଟ ଫାଣ୍ଡିର ଏସ୍‌ଆଇ ସତ୍ୟନାରାୟଣ ସେନାପତି ଓ କନଷ୍ଟେବଳ ଜୟନ୍ତ ମାହାଲିଙ୍କୁ ଧରି ଭଗବତୀପୁରରେ ପ୍ରୀତିରଞ୍ଜନଙ୍କ ଘରେ ପହଞ୍ଚିଥିଲେ। ପୁଅ ଘରେ ନାହିଁ ବୋଲି ବସନ୍ତ ପୋଲିସ୍ କର୍ମଚାରୀମାନଙ୍କୁ କହିଥିଲେ। ତେବେ ସେମାନେ ତାଙ୍କୁ ଧକ୍କା ଦେଇ ଘର ଭିତରେ ପଶିଥିଲେ। ଧକ୍କା ଖାଇ ବସନ୍ତ ତଳେ ପଡ଼ି ଯାଇଥିଲେ ଓ ସେଇଠି ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ କର୍ମଚାରୀ ଦ୍ୱୟ ବସନ୍ତଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ପ୍ରୀତିରଞ୍ଜନ ସେମାନଙ୍କଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ବୋଲି ରବୀନ୍ଦ୍ର ଓ ନରେଶ କହିଥିଲେ ଓ ଏହା ବାବଦକୁ ୬୦ ହଜାର ଟଙ୍କା ମାଗିଥିଲେ।

ବସନ୍ତଙ୍କର ଜଣେ ସଂପର୍କୀୟ ଶାନ୍ତି ନାୟକ କହିଛନ୍ତି,“ପୋଲିସ୍‌ର ଠେଲି ଦେବାରୁ ବସନ୍ତ ପଡ଼ିଗଲେ। ସେଇଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।”

ଗାଁର ନାରାୟଣ ସ୍ୱାଇଁ କହିଛନ୍ତି,“ବସନ୍ତଙ୍କର ଶ୍ୱଶୁର ଘର ପୋଇପାଟରେ। ଦୋଳ ଯାତ୍ରା ପାଇଁ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ନିମନ୍ତ୍ରଣ କରି ଥିଲେ। କିନ୍ତୁ ସେ ଯାଇ ନ ଥିଲେ। ତାଙ୍କ ପୁଅ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କର ଦୁଇ ଜଣଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଉକ୍ତ ବ୍ୟକ୍ତି ଦୁଇ ଜଣ ଚଉଦକୁଲାଟ ପୋଲିସ୍‌କୁ ନେଇ ରାତିପ୍ରାୟ ସାଢ଼େ ୩ଟା ବେଳେ ବସନ୍ତଙ୍କ ଘରକୁ ଆସିଥିଲେ ଓ ତାଙ୍କ ପୁଅ କଥା ପଚାରିଥିଲେ। ତାଙ୍କ ପୁଅ ସୁନା ଚେନ୍ ଲୁଟି ଥିବା କଥା କହିଥିଲେ ଓ ୬୦ ହଜାର ଟଙ୍କା ମାଗି ଥିଲେ। ତେବେ ପୁଅ ନାହିଁ ବୋଲି ବସନ୍ତ କହିବାରୁ ପୋଲିସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ମଧ୍ୟ ପୋଲିସ୍ ଗାଳିଗୁଳଜ କରିବା ସହିତ ଠେଲାପେଲା କରିଛି।”

ଏ ଘଟଣା ପ୍ରଚାରିତ ହେବା ମାତ୍ରେ ଗାଁ ଲୋକେ ଉକ୍ତ ଦୁଇ ପୋଲିସ୍ କର୍ମଚାରୀଙ୍କ ସମେତ ରବୀନ୍ଦ୍ର ଓ ନରେଶଙ୍କୁ ଅଟକ ରଖିଥିଲେ ଓ ମୃତ ବସନ୍ତଙ୍କ ଶରୀରକୁ ରଖି ରାସ୍ତାରୋକ କରିଥିଲେ। କେନ୍ଦ୍ରାପଡ଼ାର ଅତିରିକ୍ତ ଏସ୍‌ପି ରମେଶଚନ୍ଦ୍ର ମହାନ୍ତି, କେନ୍ଦ୍ରାପଡ଼ା  ଏସ୍‌ଡିପିଓ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ, ନିକିରାଇ ଆଇଆଇସି ଓ ପଟ୍ଟାମୁଣ୍ଡାଇ ଆଇଆଇସି ପ୍ରମୁଖ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କେନ୍ଦ୍ରାପଡ଼ା ତହସିଲଦାର ମୃତକଙ୍କ ପରିବାରକୁ ରେଡକ୍ରସ୍‌ ପାଣ୍ଠରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଏସ୍‌ପି ରମେଶଚନ୍ଦ୍ର ମହାନ୍ତି କହିଛନ୍ତି,“ବସନ୍ତଙ୍କୁ ପୋଲିସ୍ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯିବ। ଜଣେ ଡିଏସ୍‌ପି ଏହାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପୋଇପାଟ ଗାଁରେ ଦୋଳଯାତ୍ରା ବେଳେ ହୋଇଥିବା ପାଟିତୁଣ୍ଡ ଘଟଣାର ମଧ୍ୟ ତଦନ୍ତ କରାଯିବ। ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କୁ ଏହାର ତଦନ୍ତ କରିବାକୁ କୁହାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story