ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

twogirlsdrownedଆଳି: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଳିସିପଡ଼ା ଗାଁରେ ଆଜି ପୋଖରୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ବେଣୁଧର ପତିଙ୍କ ଝିଅ ଶର୍ମିଷ୍ଠା ଓ ମହେଶ୍ୱର ରାଉତଙ୍କ ଝିଅ ଲକ୍ଷ୍ମୀପ୍ରିୟା।

ଆଜି ସକାଳେ ଉଭୟେ ପୋଖରୀରକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସି ଯିବାରୁ ସେମାନେ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ରାଜକନିକା ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରି ଥିଲେ।