କେନ୍ଦ୍ରାପଡ଼ା: ବେଆଇନ ମାଛ ମରା ଅଭିଯୋଗରେ ୧୨୨ ଗିରଫ

କେନ୍ଦ୍ରାପଡ଼ା: ଗହୀରମଥାର ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗରେ ୧୨୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ବହୁ ପରିମାଣରେ ମାଛ ସହ ୧୪ଟି ବୋଟ୍‌ ଜବତ କରାଯାଇଛି।

ଜବତ ମାଛ ନିଲାମ କରାଯିବ ବୋଲି ଗହୀରମଥା ଫରେଷ୍ଟ ରେଞ୍ଜ ପକ୍ଷରୁ କୁହାଯାଇଛି। ଗିରଫ ଅଭିଯୁକ୍ତମାନେ ରାଜ୍ୟ ତଥା ଦେଶର ନାଗରିକ କି ସେମାନଙ୍କ ମଧ୍ୟରେ କହି ବିଦେଶୀ ଅଛନ୍ତି ତାହାର ତଦନ୍ତ କରାଯାଉଛି।