କେନ୍ଦ୍ରାପଡ଼ା: ଟେଣ୍ଡର ମାଫିଆ ସଫୋ ଗିରଫ

safoକେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର କୁଖ୍ୟାତ ଟେଣ୍ଡର ମାଫିଆ ସୟଦ ଇମ୍ରାନ ଅଲ୍ଲୀ ଓରଫ ସଫୋକୁ ଗିରଫ କରିଛି ପୋଲିସ୍। ଗତକାଲି ରାତିରେ ତାକୁ ଗିରଫ କରାଯାଇଛି। କେନ୍ଦ୍ରାପଡ଼ା ଏସପି ନୀତିନଜିତ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଗିରଫଦାରୀ ସହିତ ଜିଲ୍ଲାରେ ଟେଣ୍ଡର ମାଫିଆଙ୍କ ନେଟୱର୍କ ଭାଙ୍ଗି ଯାଇଛି। ଏବେ ସଫୋର ଆର୍ଥିକ କରାବାର ସଂପର୍କରେ ଯାଞ୍ଚ କରାଯାଉଛି।

ଅଭିଯୁକ୍ତ ସଫୋ ନାଁରେ ବିଭିନ୍ନ ଥାନାରେ ୧୩ରୁ ଅଧିକ ମାମଲା ରହିଛି। ସେ ଗ୍ୟାଙ୍ଗ ଷ୍ଟାର ଟିଟୋର ଭାଇ।

କେନ୍ଦ୍ରାଞ୍ଚଳ ଆଇଜି ଆର.ପି କୋଚେ କହିଛନ୍ତି, କେନ୍ଦ୍ରାପଡ଼ାକୁ ଅପରାଧ ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏହି ଅଭିଯାନ ଆରମ୍ଭ କରାଯାଇଛି।

ସେ କହିଛନ୍ତି ଯେ କେବଳ କେନ୍ଦ୍ରାପଡ଼ା ନୁହେଁ, ନୟାଗଡ଼, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ଟେଣ୍ଡର ଫିକ୍ସିଂ କରୁଥିବା ମାଫିଆମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ମଧ୍ୟ ଟେଣ୍ଡର ମାଫିଆ ସଫା କାର୍ଯ୍ୟକ୍ରମ ଚାଲିଛି। କେନ୍ଦ୍ରାଞ୍ଚଳ ଜୋନ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରୁ ଏଯାବତ ୨୩ ଜଣ ଟେଣ୍ଡର ମାଫିଆ ଓ ୬ ଅସାଧୁ କଂଟ୍ରାକ୍ଟରଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩୦ରୁ ଅଧିକ ବନ୍ଧୁକ ଓ ଗୁଳିଗୋଳା ଜବତ କରାଯାଇଛି। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ।