ଏଡିଏମ୍‌ଙ୍କ ନିକଟରେ ହାଜର ହେଲେ ଦୁଇ ବିବାଦୀୟ ପଞ୍ଚାୟତ ସମିତି ପ୍ରାର୍ଥୀ ଓ ବିଡିଓ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର ବିବାଦ ନୂଆ ମୋଡ଼ ନେଇଛି। ଆଜି ସମିତି ସଭ୍ୟ ପ୍ରାର୍ଥିନୀ ଗାୟତ୍ରୀ ସେଠୀଙ୍କ ସ୍ୱାମୀ, ଅନ୍ୟତମ ସମିତି ସଭ୍ୟ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଓ ବିଡିଓ କେନ୍ଦ୍ରାପଡ଼ା ଏଡିଏମ୍‌ଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି। ଏଡିଏମ୍‌ଙ୍କୁ ଭେଟିବା ପରେ ପ୍ରମିଳା କହିଛନ୍ତି,“ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି କି ବ୍ଲକ ଆସି ନାହାନ୍ତି। ବିଡିଓ ନାମାଙ୍କନପତ୍ର କାଗଜପତ୍ର ଜାଲ୍‌ କରି ଏପରି କରିଛନ୍ତି। […]

kendrapara

kendrapara

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 06:21 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର ବିବାଦ ନୂଆ ମୋଡ଼ ନେଇଛି। ଆଜି ସମିତି ସଭ୍ୟ ପ୍ରାର୍ଥିନୀ ଗାୟତ୍ରୀ ସେଠୀଙ୍କ ସ୍ୱାମୀ, ଅନ୍ୟତମ ସମିତି ସଭ୍ୟ ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ ଓ ବିଡିଓ କେନ୍ଦ୍ରାପଡ଼ା ଏଡିଏମ୍‌ଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି।

ଏଡିଏମ୍‌ଙ୍କୁ ଭେଟିବା ପରେ ପ୍ରମିଳା କହିଛନ୍ତି,“ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି କି ବ୍ଲକ ଆସି ନାହାନ୍ତି। ବିଡିଓ ନାମାଙ୍କନପତ୍ର କାଗଜପତ୍ର ଜାଲ୍‌ କରି ଏପରି କରିଛନ୍ତି। ମୋ ପ୍ରାର୍ଥିପତ୍ର କାଏମ ରଖିବାକୁ ଦାବି କରିଛି।”

ଏଡିଏମ୍‌ କହିଛନ୍ତି,“ସ୍ୱାସ୍ଥ୍ୟଗତ କାରଣରୁ ଗାୟତ୍ରୀ ସେଠୀ ଆସିପାରି ନ ଥିଲେ। ତାଙ୍କ ସ୍ଥାନରେ ତାଙ୍କ ସ୍ୱାମୀ ଦୈତାରୀ ଉପସ୍ଥିତ ହୋଇଥିଲେ। ସମସ୍ତ ପ୍ରାର୍ଥୀ ପ୍ରସ୍ତାବକ, ଉପସ୍ଥାପକଙ୍କ ବୟାନ ରେକର୍ଡ କରାଯାଇଛି। ବିଡିଓଙ୍କ ବୟାନ୍‌ ମଧ୍ୟ ରେକର୍ଡ଼ କରାଯାଇଛି। ବିଡିଓଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହର କାର୍ଯ୍ୟରେ ଯେଉଁ ବ୍ଲକ କର୍ମଚାରୀମାନେ ସହାୟତା କରିଥିବା ସେମାନଙ୍କ ବୟାନ୍‌ ରେକର୍ଡ କରାଯାଇଛି। ସବୁ ବୟାନ ତର୍ଜମା କରି ପରେ ପଦକ୍ଷେପ ନିଆଯିବ।”

ସେ କହିଛନ୍ତି,“ଦୈତାରୀ ସେଠୀ ନିଜେ କହିଛନ୍ତି ଯେ ତାଙ୍କ ପତ୍ନୀ କାହା ଚାପରେ ପଡ଼ି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନାହାନ୍ତି।”

ବିଡିଓ ପ୍ରଶାନ୍ତ ରାଉତ କହିଛନ୍ତି,“ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଅନିୟମତା ଘଟଣାର ତଦନ୍ତ ପାଇଁ ଏଡିଏମ୍‌ ଡାକିଥିଲେ। ସେନେଇ ସମସ୍ତ ତଥ୍ୟ ଉପସ୍ଥାପନ କରିଛି।”

ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ହାତ କରି ନିଜ ପତ୍ନୀଙ୍କୁ ନିର୍ଦ୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଛନ୍ଦି ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos