ମହାକାଳପଡ଼ାରେ ଅତନୁ ଓ ବୈଜୟନ୍ତଙ୍କ ସମର୍ଥକ ମୁହାଁମୁହିଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସଭା ପୂର୍ବରୁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍‌ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ମହାକାଳପଡ଼ାରେ ପହଞ୍ଚି ଥିଲେ। ସଭା ଆରମ୍ଭ ପୂର୍ବରୁ ସାଂସଦ ପଣ୍ଡା ପହଞ୍ଚିଥିଲେ। ଏହି ସମୟରେ ସାଂସଦଙ୍କୁ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ବିରୋଧ କରିବା ସହିତ ତାଙ୍କ […]

Mahakalapada

Mahakalapada

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 09:05 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସଭା ପୂର୍ବରୁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍‌ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ମହାକାଳପଡ଼ାରେ ପହଞ୍ଚି ଥିଲେ। ସଭା ଆରମ୍ଭ ପୂର୍ବରୁ ସାଂସଦ ପଣ୍ଡା ପହଞ୍ଚିଥିଲେ। ଏହି ସମୟରେ ସାଂସଦଙ୍କୁ ସ୍ଥାନୀୟ ବିଧାୟକଙ୍କ ସମର୍ଥକମାନେ ବିରୋଧ କରିବା ସହିତ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସାଂସଦଙ୍କ ସମର୍ଥକମାନେ ଏହାକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଉତ୍ତେଜନା ପରିସ୍ଥିତିକୁ ଶାନ୍ତ କରିବାକୁ ଆସିଥିବା ପୋଲିସକୁ ବିଧାୟକଙ୍କ ସମର୍ଥକମାନେ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଭୟ (ସାଂସଦ ଓ ବିଧାୟକ) ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଜନକଲ୍ୟାଣକାରୀ ପ୍ରକଳ୍ପ ଲୋକାର୍ପିତ କରିଥିଲେ।

ମହାକାଳପଡ଼ା ସଭା ପରେ ସାଂସଦ ପଣ୍ଡା ଟ୍ୱିଟ୍‌ରେ କହିଛନ୍ତି,“ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମୁଁ ଯୋଗଦେଇଛି। ଯାହା ଆଶା କରାଯାଉଥିଲା ତାହା ହେଲା। ଅଳ୍ପ କିଛି ଲୋକ ମୋ ବିରୋଧରେ ସ୍ଲୋଗାନ ଦେଉଥିବା ବେଳେ ଶତାଧିକ ଲୋକ ମୋ ସପକ୍ଷରେ ସ୍ଲୋଗାନ ଦେଇଥିଲେ।”

ସ୍ଥାନୀୟ ବିଧାୟକ ନାୟକ କହିଛନ୍ତି,“ସଭାରେ କାହାକୁ ପ୍ରତିରୋଧ କରାଯାଇଥିବା ମୋ ଦୃଷ୍ଟିକୁ ଆସିନି। ଏଠି କେହି କାହାର ସମର୍ଥକ ନୁହଁନ୍ତି, ସମସ୍ତେ ନବୀନଙ୍କ ସମର୍ଥକ। କାହାର କ’ଣ କ୍ଷୋଭ ଥିବ ମୁଁ ଜାଣିନାହିଁ। କେହି କାହାକୁ ଅଟକାଇ ପାରିବେ ନାହିଁ। ଯିଏ ଲୋକଙ୍କ କାମ କରିବ ତାକୁ ଲୋକେ ସ୍ୱାଗତ କରିବେ।”

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି,“ମହାକାଳପଡ଼ା ସଭାରେ ଯାହା ହୋଇଛି ବ୍ୟକ୍ତିଗତ ଭାବେ କହିବି ଏହା ଅତ୍ୟନ୍ତ ଅଶୋଭନୀୟ। ଶାସକ ହୁଅନ୍ତୁ ଅବା ବିରୋଧୀ ଜଣେ ଲୋକ ପ୍ରତିନିଧିଙ୍କୁ ଏଭଳି ଅଶାଳୀନ ବ୍ୟବହାର କରିବା ଓ ପୋଲିସ୍‌ କାହାର ହାତବାରିସି ସାଜି ସାଂସଦଙ୍କୁ ବାରଣ କରିବା ଠିକ୍‌ ନୁହେଁ।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ବିଜେଡି ଗୁଣ୍ଡାରାଜକୁ ବିରୋଧ କରେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରନ୍ତି ନାହିଁ। ଏପରି କାମ ଯିଏ କରିଥାନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।”

କେନ୍ଦ୍ରାପଡ଼ାରେ ସାଂସଦଙ୍କୁ ବିରୋଧର ପ୍ରତିବାଦ ସ୍ୱର ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଛକରେ ଅତନୁଙ୍କ କୁଶପୁତ୍ତୋଳିକା ଦାହ କରିଛନ୍ତି। ମନ୍ତ୍ରୀମଣ୍ଡଳରୁ ବିଦା ହେବା ପରେ ଔଷଧ ବଦଳରେ ଟାଟିଆ କାମୁଡି ହେଉଛନ୍ତି ବୋଲି ବିଜେଡି କର୍ମୀମାନେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ରାଜନଗର ଗସ୍ତରେ ଯାଇ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆୟୋଜିତ ଉତ୍ସବରେ ସାଂସଦ ପଣ୍ଡା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ଏବଂ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସ ବିଧାୟକଙ୍କୁ ସଭାରେ କିଛି କହିବାକୁ ସୁଯୋଗ ଦିଆ ନ ଯିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ।

ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos