କେନ୍ଦୁଝର: ମହିଳାଙ୍କୁ ଦଳି ଦେଲା ହାତୀ

hatiକେନ୍ଦୁଝର: ଆଜି ଭୋର୍ ସମୟରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ସିଜୁକଳା ଗ୍ରାମରେ ଏକ ଦନ୍ତାହାତୀ ଜଣେ ମହିଳାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ଲାଲି ମହାନ୍ତି। ଲାଲି ଶୌଚ ପାଇଁ ବାଡି ପଛପଟକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ।

ଖବର ପାଇ ବନ ବିଭାଗ ଅଧିକାରୀ ଗ୍ରାମବାସୀଙ୍କ ସହାୟତାରେ ଲାଲିଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଲିବନ୍ଧ ଫରେଷ୍ଟର ଦିଲୀପ କୁମାର ସାହୁ କହିଛନ୍ତି,“ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି। ସୁଦ୍ଧିକ୍ରିୟା ପାଇଁ ବର୍ତ୍ତମାନ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ସରକାରୀ ଭାବେ ମହିଳାଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।”

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More