ବ୍ଲୁ ହ୍ୱେଲ୍ ଗେମ୍‌ ଖେଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ‌ଆନନ୍ଦପୁର ଅଞ୍ଚଳର ଜଣେ ଯୁବକ ବ୍ଲୁ ହ୍ୱେଲ୍ ଗେମ୍‌ ଖେଳି ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକଙ୍କ ଜଣଙ୍କ ଘର ଟଭାକୁଦର ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲିଟିଛି।

ସେ କିଛି ଦିନ ହେଲା ବ୍ଲୁ ହ୍ୱେଲ୍ ଗେମ୍ ଖେଳୁଥିଲେ।  ୩ଟି ଷ୍ଟେଜ ଖେଳିବା ସାରିବା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଇଛି।