ଫେରିଯାଅ ନ ହେଲେ ମାରିଦେବୁ; ଦାଦା ସାଜିଛନ୍ତି ବିଧାୟକଙ୍କ ପ୍ରତିନିଧି, କେଉଁଠି ପଢ଼ନ୍ତୁ ଏହି ରିପୋର୍ଟ

କେନ୍ଦୁଝର: ରାସ୍ତାକାମ ନେବା ପାଇଁ ବିଧାୟକ ପ୍ରତିନିଧିଙ୍କ ଦାଦାଗିରି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ହେବାକୁ ଥିବା ଏକ ରାସ୍ତାକାମ ପାଇଁ ଟେଣ୍ଡର ପକାଇଥିବା ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା ସହ ଠିକାଦାରଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ପଞ୍ଚାୟତର ମଣ୍ଡାମା ନିକଟରୁ ଗୁଣ୍ଟୁରିଆ ପର୍ଯ୍ୟନ୍ତ ଯାଇଥିବା ଏକ ରାସ୍ତା ତିଆରି ହେବ। ମୁଖ୍ୟମନ୍ତ୍ରୀ ସଡ଼କ […]

kenfujhar

kenfujhar

Rakesh Mallick
  • Published: Friday, 19 May 2017
  • Updated: 19 May 2017, 07:19 PM IST

Sports

Latest News

କେନ୍ଦୁଝର: ରାସ୍ତାକାମ ନେବା ପାଇଁ ବିଧାୟକ ପ୍ରତିନିଧିଙ୍କ ଦାଦାଗିରି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ହେବାକୁ ଥିବା ଏକ ରାସ୍ତାକାମ ପାଇଁ ଟେଣ୍ଡର ପକାଇଥିବା ଠିକାଦାରଙ୍କ କ୍ୟାମ୍ପରେ ଭଙ୍ଗାରୁଜା ସହ ଠିକାଦାରଙ୍କୁ ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ପଞ୍ଚାୟତର ମଣ୍ଡାମା ନିକଟରୁ ଗୁଣ୍ଟୁରିଆ ପର୍ଯ୍ୟନ୍ତ ଯାଇଥିବା ଏକ ରାସ୍ତା ତିଆରି ହେବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହେବାକୁ ଥିବା ଏହି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଜଗଦୀଶ ବଡ଼ପଣ୍ଡା ନାମକ ଜଣେ ଠିକାଦାର ଟେଣ୍ଡର ପକାଇଥିଲେ। କିନ୍ତୁ ପାଟଣା ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ ପ୍ରଧାନ କିଛି ଟେଣ୍ଡର ମାଫିଆଙ୍କ ସହୟତାରେ ଏହି କାମ ହାତେଇବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏପରିକି ଜଗଦୀଶଙ୍କର ବରିଆ ଥାନା ଅଞ୍ଚଳରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପରେ ଟେଣ୍ଡର ମାଫିଆମାନେ ପହଞ୍ଚି ଗାଡ଼ି ଭଙ୍ଗାରୁଜା କରିଥିଲେ। ଏପରିକି ଜଗଦୀଶଙ୍କୁ ମାରଧର କରିବା ସହ ଅପରହରଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଜଗଦୀଶ କୌଶଳକ୍ରମେ ସେମାନଙ୍କ କବଳରୁ ଖସିଆସି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଠିକାଦାର ଜଗଦୀଶ ବଡ଼ପଣ୍ଡା କହିଛନ୍ତି,“ମୁଖ୍ୟମନ୍ତ୍ରୀ ସଡ଼କ କାମର ଟେଣ୍ଡର ପ୍ରତ୍ୟାହାର କର। ନହେଲେ ଜୀବନରୁ ମାରିଦେବୁ। ଯଦି ଟେଣ୍ଡର ନିଅ ତାହାହେଲେ କାମ କରାଇଦେବୁ ନାହିଁ ବୋଲି ବିଧାୟକଙ୍କ ପ୍ରତିନିଧି ଓ ତାଙ୍କ ସମର୍ଥକ ଧମକ ଦେଉଛନ୍ତି।”

ବାରିଆ ପୋଲିସ ଏତଲା ପାଇବା ପରେ ଘଟଣାର ଅନୁସନ୍ଧାନ ଜାରି ରଖିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ସ୍ୱର୍ଣ୍ଣପ୍ରଭା ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos