କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଦଳବଦଳ ଆଇନ ଲାଗୁ ନ କରିବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ୯ ବିଜେଡି କାଉନସିଲର

ଭୁବନେଶ୍ୱର: କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବରେ ଗାଦଚ୍ୟୁତ କରିବା ପରେ ଦଳର ୯ କାଉନସିଲରଙ୍କ ବିରୋଧରେ ନୂଆ ଦଳବଦଳ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେଡି କହିଛି। ଅନ୍ୟପକ୍ଷରେ ସେମାନଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ କରାଗଲେ ସେମାନେ କୋର୍ଟକୁ ଯିବେ ବୋଲି କହିଥିବା ୯ ବିଜେଡି କାଉନସିଲର ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ ନ କରିବାକୁ ସେମାନେ କମିଶନଙ୍କ ନିକଟରେ ଦାବି କରିଥିଲେ […]

kendujharagadacorporater

kendujharagadacorporater

Rakesh Mallick
  • Published: Monday, 04 January 2016
  • Updated: 04 January 2016, 10:10 AM IST

Sports

Latest News

[caption id="attachment_61122" align="alignleft" width="500"]kendujharagadacorporater ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ଥ କେନ୍ଦୁଝରଗଡ଼ର ୯ ବିଜେଡି କାଉନସିଲର[/caption]

ଭୁବନେଶ୍ୱର: କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବରେ ଗାଦଚ୍ୟୁତ କରିବା ପରେ ଦଳର ୯ କାଉନସିଲରଙ୍କ ବିରୋଧରେ ନୂଆ ଦଳବଦଳ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେଡି କହିଛି। ଅନ୍ୟପକ୍ଷରେ ସେମାନଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ କରାଗଲେ ସେମାନେ କୋର୍ଟକୁ ଯିବେ ବୋଲି କହିଥିବା ୯ ବିଜେଡି କାଉନସିଲର ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ବିରୋଧରେ ଦଳବଦଳ ଆଇନ ଲାଗୁ ନ କରିବାକୁ ସେମାନେ କମିଶନଙ୍କ ନିକଟରେ ଦାବି କରିଥିଲେ ଓ ଏନେଇ ଯୁକ୍ତି ମଧ୍ୟ ଉପସ୍ଥାପିତ କରିଥିଲେ। ଏହି ୯ କାଉନସିଲର କହିଛନ୍ତି ଯେ ସେମାନେ ୨୦୧୪ ଜାନୁଆରୀ ୧୪ ତାରିଖରୁ ବିଜେଡିରୁ ଇସ୍ତଫା ଦେଇ ସାରିଛନ୍ତି। ଏହି ଇସ୍ତଫା ସଂପର୍କରେ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅବଗତ କରାଇ ଥିଲେ। ପୁଣି ଦଳବଦଳ ଆଇନ ଲାଗୁ ହୋଇଛି ୧୯.୧୨.୨୦୧୫ରେ। ତେଣୁ ସେମାନଙ୍କ କ୍ଷେତ୍ରରେ ଏହି ଆଇନ କାର୍ଯ୍ୟକାରୀ ହେବା ଉଚିତ୍ ନୁହେଁ।

ଦଳୀୟ ହୁଇପ୍ ସତ୍ତ୍ୱେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବା ତଥା ବିଜେଡିରୁ ଇସ୍ତଫା ଦେଇ ସାରିଥିବା ନେଇ ଦାବି କରୁଥିବା ଏହି କାଉନସିଲରମାନଙ୍କ ମଧ୍ୟରେ ଅଛନ୍ତି ସୁଶ୍ରୀ ସଙ୍ଗୀତା ନନ୍ଦ, ଦିଲ୍ଲୀପ କୁମାର ବେହେରା, ସ୍ୱର୍ଣ୍ଣଲତା ସାହୁ, ପ୍ରଭାତି ପଟ୍ଟନାୟକ, ସବିତା ସେଠୀ, ଶତ୍ରୁଘ୍ନ ନାଏକ, ସୁନୀଲ କୁମାର ନାଏକ ଓ କୁମୁଦିନୀ ନାଏକ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏ ପ୍ରସଙ୍ଗରେ ଅନେକ ବୈଧାନିକ ପ୍ରଶ୍ନ ରହିଛି। ସେମାନେ ବିଜେଡିରୁ ଇସ୍ତଫା ଦେଇଥିବା କଥା କହିଛନ୍ତି। କିନ୍ତୁ ଏ କଥାର କେତେ ସତ୍ୟତା ଅଛି? ଯଦି ଇସ୍ତଫା ଦେଇଥିଲେ, ତା’ହେଲେ କେବେ ଦେଇଥିଲେ? ଇସ୍ତଫା କଥା ରିଟର୍ଣ୍ଣିଂ ଅଫିସରଙ୍କୁ ଜଣାଇଲେ ନାହିଁ କାହିଁକି? କାରଣ ସେମାନେ ହିଁ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ନିର୍ବାଚନ କମିଶନର ଓ ରିଟର୍ଣ୍ଣିଂ ଅଫିସର ଏଗୁଡ଼ିକର ଆଇନଗତ ତର୍ଜମା କରିବେ।

ସେ କହିଛନ୍ତି ଯେ ଏହି ୯ କାଉନସିଲର ବିଜେଡିରୁ ଇସ୍ତଫା ଦେଇଥିବା କଥା ସଂପୂର୍ଣ୍ଣ ମିଛ। ଗୋଟିଏ ପଟେ ଇସ୍ତଫା ଦେଇଥିବା କଥା କହୁଛନ୍ତି, ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଣୁଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିବା ବେଳେ ସେମାନେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଏ କଥା ଉଲ୍ଲେଖ କରିଥିଲେ କି ଯେ ସେମାନେ କୌଣସି ଦଳର ନୁହଁନ୍ତି? ତା’ହେଲେ ଏବେ କାହିଁକି କହୁଛନ୍ତି? ଅନାସ୍ଥା ପ୍ରସ୍ତାବ ଆଣିଲା ବେଳେ କହିଲେ ନାହିଁ। ଦଳ ହୁଇପ୍ ଜାରି କରିବା ବେଳେ କହିଲେ ନାହିଁ। ଭୋଟ୍ ସରିବା ପରେ ବି ବିଜେଡି ଛାଡ଼ି ଥିବା କଥା କହିଲେ ନାହିଁ। ଏତେ ଦିନ ପରେ କାହିଁକି କହୁଛନ୍ତି ଯେ ସେମାନେ ଦଳ ଛାଡ଼ି ଦେଇଥିଲେ?

ପ୍ରତାପ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ଏ ପ୍ରସଙ୍ଗରେ ତର୍ଜମା କରୁଛି। ତର୍ଜମା ସରିବା ପରେ ଦଳୀୟ ହୁଇପ୍ ବିରୋଧରେ ଯାଇ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ୯ କାଉନସିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ନିର୍ବାଚନ କମିଶନର ଯାହା ନିଷ୍ପତ୍ତି ନେବେ, ତାହାକୁ ସମସ୍ତେ ମାନିବେ।

କେନ୍ଦୁଝରଗଡ଼ ପୌର ପରିଷଦ ଅଧ୍ୟକ୍ଷା ମୀନା ମାଝି ଗତ ଡିସେମ୍ବର ୨୮ ତାରିଖରେ ହୋଇଥିବା ଅନାସ୍ଥା ପ୍ରସ୍ତାବରେ ହାରି ଯାଇଥିଲେ। କାଉନସିଲର ୨୧ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଭୋଟ୍ ଦେବାକୁ ଆସିଥିଲେ। ତେବେ ୧୫ ଜଣ ଭୋଟ୍ ଦେଇଥିଲେ। ବିଜେପିର ଏକମାତ୍ର କାଉନସିଲର ଭୋଟ ଦେବାରୁ ବିରତ ରହିଥିଲେ। ସମସ୍ତ ୧୫ଟି ଭୋଟ୍ ତାଙ୍କ ବିପକ୍ଷରେ ଯାଇଥିଲା। ଦଳୀୟ ହୁଇପ୍ ବିରୋଧରେ ଯାଇ ୯ ବିଜେଡି କର୍ପୋରେଟର ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଭୋଟ୍ ଦେଇଥିଲେ। ସେଦିନ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଯାଇଥିଲେ ସୁଦ୍ଧା ବିଜେଡିର ଏହି ୯ କାଉନସିଲରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା।  ପୌରାଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏହି କାଉନସିଲମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। କେନ୍ଦୁଝରଗଡ଼ ପୌର ପରିଷଦରେ ୧୪ଜଣ ବିଜେଡି, ୬ଜଣ କଂଗ୍ରେସ ଓ ଜଣେ ବିଜେପି କାଉନସିଲର ଅଛନ୍ତି।

ଡିସେମ୍ବର ୨୮ରେ ବରିଷ୍ଠ ବିଜେଡି ନେତା ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ ଯେ ହୁଇପ୍ ବିରୋଧରେ ଯାଇ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଭୋଟ୍ ଦେଇଥିବା ବିଜେଡି କାଉନସିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ଆଇନ୍ ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story