କେସିଙ୍ଗା ଏନଏସି ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ମାରପିଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏନ୍‌ଏସି ବୈଠକ ଚାଲିଥିବା ବେଳେ ଅଧ୍ୟକ୍ଷା ଏବଂ କାଉନସିଲରଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ କଥା ହାତାହାତି ଯାଏଁ ଯାଇଥିଲା। ଉପସ୍ଥିତ ଅନ୍ୟ କାଉନସିଲରମାନେ ଉଭୟଙ୍କୁ ଛଡାଇ ଥିଲେ। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଏତଲଶ ଦିଆଯାଇଥିବା ସୂଚନା ମିଳିଛି।