ଖାଦ୍ୟସୁରକ୍ଷା ଆଇନ: ଆଜିଠାରୁ ହିତାଧିକାରୀଙ୍କୁ ବଣ୍ଟାଯିବ ଡିଜିଟାଲ ରେସନକାର୍ଡ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ନେଇ ଆଜିଠୁ ହିତାଧିକାରୀଙ୍କୁ ଡିଜିଟାଇଜ୍ ରେସନ କାର୍ଡ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ହିତାଧିକାରୀ ଏହି କାର୍ଡ ପାଇବେ। ନଭେମ୍ୱର ୧ରୁ ଏହି କାର୍ଡ ମାଧ୍ୟମରେ ରିହାତି ଦରରେ ଖାଦ୍ୟଶସ୍ୟ ମିଳିବ। ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗାନ୍ଧୀଜୟନ୍ତୀ ଅବସରରେ  ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪ଟି ଜିଲ୍ଲାରେ ହିତାଧିକାରୀଙ୍କୁ ଏ କାର୍ଡ ବଣ୍ଟନ […]

khadya surakhya

khadya surakhya

Rakesh Mallick
  • Published: Friday, 02 October 2015
  • Updated: 02 October 2015, 02:47 AM IST

Sports

Latest News

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ନେଇ ଆଜିଠୁ ହିତାଧିକାରୀଙ୍କୁ ଡିଜିଟାଇଜ୍ ରେସନ କାର୍ଡ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ହିତାଧିକାରୀ ଏହି କାର୍ଡ ପାଇବେ। ନଭେମ୍ୱର ୧ରୁ ଏହି କାର୍ଡ ମାଧ୍ୟମରେ ରିହାତି ଦରରେ ଖାଦ୍ୟଶସ୍ୟ ମିଳିବ।

ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗାନ୍ଧୀଜୟନ୍ତୀ ଅବସରରେ  ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪ଟି ଜିଲ୍ଲାରେ ହିତାଧିକାରୀଙ୍କୁ ଏ କାର୍ଡ ବଣ୍ଟନ କରାଯିବ। ଭୁବନେଶ୍ୱରରେ କାର୍ଡ ବାଣ୍ଟି ଏହାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୨୬ଲକ୍ଷ ୩୩ ହଜାର ପରିବାରର ୯୩ଲକ୍ଷ ୩୫ ହଜାର ଲୋକ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ ହେବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ସେହିପରି ବିଭିନ୍ନ ଜିଲ୍ଲୀରେ ମନ୍ତ୍ରୀମାନେ ରେସନ କାର୍ଡ ବାଣ୍ଟିବେ। ଏହାସହ ବିଜେଡିର ଜନସମ୍ପର୍କ ପଦଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ। ତେବେ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମକୁ ଯୋଡା ଯାଇଥିବାରୁ ତାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୨୪ ସେପ୍ଟେମ୍ବର ସୁଦ୍ଧା ଡାଟାବେସ୍ ଅପଡେଟ୍ କରି ହିତାଧିକାରୀଙ୍କୁ   ୩୧ ଅକ୍ଟୋବର ସୁଦ୍ଧା ରେସନ କାର୍ଡ ଦେବାକୁ ଯୋଜନା କରାଯାଇଛି । କାର୍ଡରେ ତ୍ରୁଟି ଥିଲେ ୩ମାସ ଭିତରେ ଏହାର ସଂଶୋଧନ କରାଯିବ। ନଭେମ୍ୱର ୧ରୁ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ୩କୋଟି ୨୬ଲକ୍ଷ ଲୋକ ରିହାତି ଦରରେ ଚାଉଳ ଓ ଗହମ ପାଇବେ। ହିତାଧିକାରୀ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ପାଇବେ। ଚାଉଳ କିଲୋ ପିଛା ୩ଟଙ୍କ। ଓ ଗହମ ୨ଟଙ୍କ।ରେ ମିଳିବ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos