ଖଣ୍ଡଗିରି: ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟି ୩ ମୃତ, ୪ ଆହତ

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ସେଭେନ୍ ମାଇଲ୍ସ ରେଷ୍ଟୁରାଣ୍ଟରେ ଡିଜି ଜେନେରେଟର ଫ।ଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ରେଷ୍ଟୁରାଣ୍ଟ କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣଙ୍କୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ୩ଜଣଙ୍କୁ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଅଗ୍ନିଶମ ବିଭାଗ […]

khandagiri

khandagiri

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 01:40 PM IST

Sports

Latest News

khandagiri_Fotor_Collageଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ସେଭେନ୍ ମାଇଲ୍ସ ରେଷ୍ଟୁରାଣ୍ଟରେ ଡିଜି ଜେନେରେଟର ଫ।ଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ରେଷ୍ଟୁରାଣ୍ଟ କର୍ମଚାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜଣଙ୍କୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ୩ଜଣଙ୍କୁ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ରେଷ୍ଟୁରାଣ୍ଟ କ୍ୟାମ୍ପସ୍ ବାହାରେ କିଛି ଲୋକ ବାଣ ଫୁଟାଉ ଥିଲେ । ସେଥିରୁ କିଛି ନିଆଁ ଝୁଲ ଜେନେରେଟର ଉପରେ ପଡ଼ିଥିଲା। ଫଳରେ ଜେନରେଟରଟି ହଠାତ୍ ଜୋରରେ ଶବ୍ଦ କରି ଫ।ଟିଯାଇଥିଲା। ଫଳରେ ସେଠାରେ ଡ୍ୟୁଟିରେ ଥିବା ଜଣେ ସିକ୍ୟୁରିଟି ଓ ଅନ୍ୟ ଦୁଇଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତଦେହ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଚାରିଆଡେ ପଡିଥିଲା। ବିସ୍ଫୋରଣ ପ୍ରଭାବରେ ରେଷ୍ଟୁରାଣ୍ଟର କାଚ ଭାଙ୍ଗିଯିବା ସହ ଆଖପାଖ ଘରରେ ଝରକା କାଚ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos