ସମୟସୀମା ସରିଲା, ଯୁକ୍ତଦୁଇ ଖାତା ଦେଖିବାକୁ ଆସିଲେ ନାହିଁ ଅଧ୍ୟାପକ

ଭୁବନେଶ୍ୱର: ସରକାର ଦେଇଥିବା ସମୟସୀମା ସରିଗଲା, ହେଲେ ଯୁକ୍ତଦୁଇ ଖାତା ଦେଖାରେ ସାମିଲ ହେଲେ ନାହିଁ ଆନ୍ଦୋଳନରତ ଅଧ୍ୟାପକ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆସନ୍ତାକାଲିଠାରୁ ବିକଳ୍ପ ବ୍ୟବସ୍ଥା ଜରିଆରେ ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ସମାଧାନ ଲାଗି ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ଶିକ୍ଷାବିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। […]

+2-khata-dekha

+2-khata-dekha

Rakesh Mallick
  • Published: Wednesday, 06 April 2016
  • Updated: 07 April 2016, 02:38 AM IST

Sports

Latest News

ଭୁବନେଶ୍ୱର: ସରକାର ଦେଇଥିବା ସମୟସୀମା ସରିଗଲା, ହେଲେ ଯୁକ୍ତଦୁଇ ଖାତା ଦେଖାରେ ସାମିଲ ହେଲେ ନାହିଁ ଆନ୍ଦୋଳନରତ ଅଧ୍ୟାପକ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଖାତା ଦେଖା ବାଧାପ୍ରାପ୍ତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆସନ୍ତାକାଲିଠାରୁ ବିକଳ୍ପ ବ୍ୟବସ୍ଥା ଜରିଆରେ ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିର ସମାଧାନ ଲାଗି ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ଶିକ୍ଷାବିତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ଦୁଇଦିନ ପରି ଆଜି ମଧ୍ୟ ପ୍ରବଳ ଖରାରେ ଯୁକ୍ତଦୁଇ ମୂଲ୍ୟାୟନ କେନ୍ଦ୍ର ଆଗରେ ଆନ୍ଦୋଳନରତ ଅଧ୍ୟାପକମାନେ ନାରାବାଜି କରିଥିଲେ। ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବାଦ୍ୟାଳୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଚେତାବନୀ ସତ୍ତ୍ୱେ ଖାତା ଦେଖିବାକୁ ଆସିଥିବା ଅଧ୍ୟାପକଙ୍କୁ ମୂଲ୍ୟାୟନ କେନ୍ଦ୍ର ଭିତରକୁ ଛାଡ଼ି ନ ଥିଲେ ଆନ୍ଦୋଳନକରୀ।

ଭୁବନେଶ୍ୱର ମହର୍ଷି କଲେଜ ବାହାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗେଟ୍‌ ବାହାରେ ଅଧ୍ୟାପକମାନେ ଆନ୍ଦୋଳନ ଚଳାଇଥିବା ବେଳେ ଭିତରେ ହାତଗଣତି କିଛି ଅଧ୍ୟାପକ ଖାତା ଦେଖିଥିଲେ।

ଅନ୍ୟପକ୍ଷେରେ ଏପରି କିଛି କେନ୍ଦ୍ର ରହିଛି ଯେଉଁଠି ୩ ଦିନ ବିତି ଯାଇଥିଲେ ବି ଖାତା ଦେଖା ଆରମ୍ଭ ହୋଇ ପାରିନାହିଁ।

ଆନ୍ଦୋଳନକାରୀ ଅଧ୍ୟାପକ କହିଛନ୍ତି, “ସରକାରଙ୍କ ଆଭିମୁଖ୍ୟକୁ ଆମେ ଭଲ ଭାବେ ବୁଝି ସାରିଲୁଣି। ସରକାର ଆମକୁ ଠକି ଚାଲିଛନ୍ତି। ୪୨ ଡିଗ୍ରୀରୁ ଅଧିକ ତାପମାତ୍ରାରେ ପଡି ରହିଛୁ। ଖାତା ନ ଦେଖିବାକୁ ଆମେ କାହାରିଙ୍କୁ ବାଧ୍ୟ କରୁନାହୁଁ, କେବଳ ଅନୁରୋଧ କରୁଛୁ। ଆମ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।”

ଆନ୍ଦୋଳନ ଚଳାଇଥିବା ୪୮୮ ଓ ୬୨୨ ବର୍ଗ ଅଧ୍ୟାପକଙ୍କୁ ଖାତା ଦେଖାରେ ସାମିଲ ହେବାକୁ ସରକାର ଦେଇଥିବା ସମୟ ଆଜି ଶେଷ ହୋଇଛି। ଆନ୍ଦୋଳନରୁ ଅଧ୍ୟାପକମାନେ ନ ଓହରିବାରୁ ଖାତା ଦେଖା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିକଳ୍ପ ବ୍ୟବସ୍ଥା କରିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି, “ସରକାରୀ ଡିଗ୍ରୀ କଲେଜ, ସ୍ୱୟଂ ଶାସିତ କଲେଜ, ଅନୁଦାନ ପ୍ରାପ୍ତ ସରକାରୀ କଲେଜ ଓ ୩ଟି ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଖାତା ମୂଲ୍ୟାୟନରେ ସାମିଲ କରାଯିବ। ଏଥିପାଇଁ ଖାତା ମୂଲ୍ୟାୟନ ଜୋନ୍‌ର ପ୍ରିନ୍ସପାଲମାନଙ୍କୁ ଅନୁରୋଧ କରିଛୁ ଏହି ଅଧ୍ୟାପକମାନଙ୍କୁ ଖାତା ଦେଖା ଲାଗି ରିଲିଭ କରିବାକୁ।”

ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ସରକାର ନିହାତି ଆଲୋଚନା ଲାଗି ଡାକିବା କଥା। ଆଲୋଚନା ବେଳେ ସେମାନେ ଖାତା ଦେଖିବେ କି ନାହିଁ, ତାହା ସ୍ପଷ୍ଟ କରିଥାନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story