ଦେଢ଼ ମାସ ପରେ ଖୋଲିଲା ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ୍ ସ୍କୁଲ୍, କାର୍ଯ୍ୟରେ ଯୋଗ ଦେଲେ ଶିକ୍ଷକ

ଭୁବନେଶ୍ୱର: ଆଜିଠୁ ଖୋଲିଛି ରାଜ୍ୟର ସବୁ ବ୍ଲକଗ୍ରାଣ୍ଟ୍ ସ୍କୁଲ୍। ସ୍ୱାଭାବିକ ହୋଇଛି ପାଠପଢ଼ା। ଏଥିସହ ପଢା ଭରଣା ପାଇଁ ଛୁଟିଦିନରେ ଏକ୍ସଟ୍ରା କ୍ଲାସ କରାଯିବ ବୋଲି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ କହିଛନ୍ତି। ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଆନ୍ଦୋଳନରୁ ଓହରିବା ପରେ ଶିକ୍ଷକ ଓ କର୍ମଚାରୀମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଥିସହ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ହେବାକୁ ଥିବା ଶିକ୍ଷକ ସମାବେଶକୁ ମଧ୍ୟ […]

blockgrantschool

blockgrantschool

Rakesh Mallick
  • Published: Monday, 28 September 2015
  • Updated: 28 September 2015, 05:04 AM IST

Sports

Latest News

blockgrantschoolଭୁବନେଶ୍ୱର: ଆଜିଠୁ ଖୋଲିଛି ରାଜ୍ୟର ସବୁ ବ୍ଲକଗ୍ରାଣ୍ଟ୍ ସ୍କୁଲ୍। ସ୍ୱାଭାବିକ ହୋଇଛି ପାଠପଢ଼ା। ଏଥିସହ ପଢା ଭରଣା ପାଇଁ ଛୁଟିଦିନରେ ଏକ୍ସଟ୍ରା କ୍ଲାସ କରାଯିବ ବୋଲି ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ କହିଛନ୍ତି। ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଆନ୍ଦୋଳନରୁ ଓହରିବା ପରେ ଶିକ୍ଷକ ଓ କର୍ମଚାରୀମାନେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଥିସହ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ହେବାକୁ ଥିବା ଶିକ୍ଷକ ସମାବେଶକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନେଇଥିଲା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ସଂଘ। ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଦେଢ ମାସରୁ ଅଧିକ ସମୟ ଧରି ୨୨ଶହ ୯ଟି ବ୍ଲକ ଗ୍ରାଣ୍ଟ ହାଇସ୍କୁଲର ସାଢେ଼ ୩ ଲକ୍ଷ ପିଲାଙ୍କ ପାଠପଢ଼ା ଠପ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos