ଖୋର୍ଦ୍ଧା: ଋଣ ଶୁଝି ନ ପାରି ଚାଷୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା: ଋଣ ଶୁଝି ନ ପାରି ‌ଖୋର୍ଦ୍ଧା ଜିଲ୍ଲା ପାଇକତିଗିରିଆ ଗାଁରେ ଜଣେ ଚାଷୀ ଆଜି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୀତାକାନ୍ତ ତ୍ରିପାଠୀ। ତାଙ୍କ ମୃତଦେହ ନିଟକରୁ ଏକ ହାତଲେଖା ଚିଠି ମିଳିଛି। ସେଥିରେ ସେ ଋଣ ଶୁଝି ନ ପାରି ଆତ୍ମହତ୍ୟା କରିଥିବା କଥା ଉଲ୍ଲେଖ କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ପାଇଁ କିଛି କରିବେ ବୋଲି ତାଙ୍କର ଆଶା ଥିବା ସେ ଏଥିରେ ଲେଖିଛନ୍ତି।

ଚିଠିରେ ଲେଖାଯାଇଛି ଯେ ଦୁର୍ଘଟଣା ପରେ ସୀତାକାନ୍ତ ପାଇକତିଗିରିଆ ସ୍ଥିତ ୟୁକୋ ବ୍ୟାଙ୍କ, କୁରାଢ଼ମଲ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଓ ପାଇକତିଗିରିଆ କୋ-ଅପରେଟିଭ୍ ସୋସାଇଟିରୁ ଚାଷ ପାଇଁ ଋଣ ଆଣିଥିଲେ। ତେବେ ସେ ଅର୍ଥ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା। ଚାଷ ମଧ୍ୟ ଭଲ ହେଲା ନାହିଁ। ତେଣୁ ସେ ଋଣ ପରିଶୋଧ କରିପାରିଲେ ନାହିଁ। ଋଣ ଶୁଝିବା ପାଇଁ ବ୍ୟାଙ୍କ୍ ମ୍ୟାନେଜରମାନେ ବାରମ୍ବାର ତାଗିଦ କରିବା ଫଳରେ ସେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ ଏବଂ ମୃତ୍ୟୁକୁ ଆପଣେଇ ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଲେଖିଛନ୍ତି ସୀତାକାନ୍ତ।