କିଏ ହେବେ ଡିଜିପି? ବିନୟ, ରମେଶ, ବ୍ରଜେଶ ନା ବି.କେ

ଭୁବନେଶ୍ୱର: ଆସନ୍ତା ମାସ ଅର୍ଥାତ୍ ଡିସେମ୍ୱରରେ ଅବସର ନେବେ ଡିଜିପି ସଞ୍ଜୀବ ମାରିକ୍।   ତାଙ୍କ ପରେ କିଏ ଧରିବ ରାଜ୍ୟ ପୋଲିସର ମଙ୍ଗ- ଏହାକୁ ନେଇ ଏବେ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ପଦ ପାଇଁ ଏକାଧିକ ନାମକୁ ନେଇ ହେଉଛି ଚର୍ଚ୍ଚା। ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ପ୍ରକାଶ ମିଶ୍ରଙ୍କ ତଳେ ସଞ୍ଜୀବ ମାରିକ୍ ଓ ତାଙ୍କ ତଳକୁ ରହିଛନ୍ତି ୧୯୮୨ ବ୍ୟାଚର ବିନୟ କୁମାର ବେହେରା। ଏବେ […]

who will be the next DGP-2

who will be the next DGP-2

Rakesh Mallick
  • Published: Sunday, 01 November 2015
  • Updated: 01 November 2015, 04:40 PM IST

Sports

Latest News

dgpଭୁବନେଶ୍ୱର: ଆସନ୍ତା ମାସ ଅର୍ଥାତ୍ ଡିସେମ୍ୱରରେ ଅବସର ନେବେ ଡିଜିପି ସଞ୍ଜୀବ ମାରିକ୍।   ତାଙ୍କ ପରେ କିଏ ଧରିବ ରାଜ୍ୟ ପୋଲିସର ମଙ୍ଗ- ଏହାକୁ ନେଇ ଏବେ ପାୱାର କରିଡରରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ପଦ ପାଇଁ ଏକାଧିକ ନାମକୁ ନେଇ ହେଉଛି ଚର୍ଚ୍ଚା।

ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ପ୍ରକାଶ ମିଶ୍ରଙ୍କ ତଳେ ସଞ୍ଜୀବ ମାରିକ୍ ଓ ତାଙ୍କ ତଳକୁ ରହିଛନ୍ତି ୧୯୮୨ ବ୍ୟାଚର ବିନୟ କୁମାର ବେହେରା। ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ବିନୟ। ତାଙ୍କ କାର୍ଯ୍ୟକାଳ ୨୦୧୭ ଅକ୍ଟୋବର ଯାଏଁ ଅଛି। କାଳାହାଣ୍ଡି ଜିଲ୍ଲା ବାସିନ୍ଦା ବିନୟଙ୍କ କ୍ୟାରିୟର ରେକର୍ଡକୁ ଆଧାର କରି ତାଙ୍କୁ ଏହି ଦାୟିତ୍ୱ ମିଳିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।

କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଅଧିକାରୀଙ୍କୁ ଫେରାଇ ଆଣି ଡିଜିପି କରାଯିବାର ଅନେକ ନଜିର୍ ବି ରହିଛି ଆମ ରାଜ୍ୟରେ। ୨୦୦୫ରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଚିତ୍ ଦାସଙ୍କୁ ଡାକି ଆଣି ଡିଜିପି କରାଯାଇଥିଲା। ସେହିପରି ୨୦୧୨ରେ ପ୍ରକାଶ ମିଶ୍ରଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ଫେରାଇ ଅଣାଯାଇ ଡିଜିପି ଦାୟିତ୍ୱ ଦିଆଯାଇଥିଲା।  ଏ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ୧୯୮୪ ବ୍ୟାଚର ରମେଶ ପ୍ରସାଦ ସିଂଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ସେ ଏବେ ବିଏସ୍ଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଅଛନ୍ତି।

ଏ ଦୁହିଁଙ୍କ ବ୍ୟତୀତ ଡିଜିପି ଦୌଡ଼ରେ ସାମିଲ ଅଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ କନୱର ବ୍ରଜେଶ ସିଂ। ୧୯୮୫ ବ୍ୟାଚର ଏହି ଆଇପିଏସ୍ ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଛନ୍ତି। ଇଚ୍ଛାଧୀନ କୋଟାରେ ପ୍ଲଟ୍ ଓ ଫ୍ଲାଟ୍ ଆବଣ୍ଟନ ପ୍ରସଙ୍ଗରେ ମଧ୍ୟ ବର୍ତ୍ତମାନ ଭିଜିଲାନ୍ସ ତଦନ୍ତ କରୁଛି। ରାଜ୍ୟ ସରକାରଙ୍କର ସବୁଠାରୁ ଅନୁଗତ ବୋଲାଉ ଥିବା ବ୍ରଜେଶ ସିଂଙ୍କ ଉପରେ ହାତୀ ସୁନା କଳସ ଢାଳିବା ଅସମ୍ଭବ ନୁହେଁ ବୋଲି ଆଲୋଚନା ହେଉଛି। ସେହିଭଳି ଡିଜି ପଦ ପାଇଁ ଆଉ ଜଣେ ଦୃଢ଼ ଦାବିଦାର ହେଲେ କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା। ସାରଥି ଓ ସୁର ବାବା ମାମଲା, ଟିଟିଲାଗଡ଼ ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ, ଦିନାଡିଆଁ ଗଣହତ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତେଣୁ ବରିଷ୍ଠତା ନଥିଲେ ବି  ତାଙ୍କ ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି। ଏବେ ଦେଖିବା କଥା ବିନୟ, ରମେଶ, ବ୍ରଜେଶ ଓ ବିଜୟ ଙ୍କ ମଧ୍ୟରୁ ଜଣେ ନା ଅନ୍ୟ କାହା ଉପରେ ସରକାର ଆସ୍ଥା ପ୍ରକଟ କରୁଛନ୍ତି।

ପୂର୍ବତନ ପୋଲିସ୍ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ଅତୀତରେ ସରକାର ବରିଷ୍ଠତା ଭିତ୍ତିରେ ଡିଜିପିଙ୍କୁ ନିଯୁକ୍ତି ଦେଇଛନ୍ତି। ଅନେକବାର ଏମିତି ବି ହୋଇଛି ବରିଷ୍ଠଙ୍କୁ ଉପେକ୍ଷା କରି ତାଙ୍କ ଜୁନିୟରଙ୍କୁ ଡିଜିପି କରାଯାଇଛି। ସାଧାରଣତଃ ବରିଷ୍ଠତା ଭିତ୍ତିରେ ଡିଜିପିଙ୍କୁ ନିଯୁକ୍ତି ଦିଆଯିବା କଥା। ସେନାଧ୍ୟକ୍ଷଙ୍କ ନିଯୁକ୍ତି ମାସେ ପୂର୍ବରୁ ଜଣାପଡ଼େ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି କଥା ମଧ୍ୟ ମାସେ ପୂର୍ବରୁ ଜଣାପଡ଼ି ଯାଉଛି। କିନ୍ତୁ ଓଡ଼ିଶାର ଡିଜିପିଙ୍କ ନିଯୁକ୍ତି କ୍ଷେତ୍ରରେ ଏତେ ଟଣାଟଣି କାହିଁକି? ଏଠି ରାତି ପାହିଲା ବେଳକୁ ଡିଜିପି ନିଯୁକ୍ତି ନେଇ ନିଷ୍ପତ୍ତି ବଦଳି ଯାଏ।

ପୂର୍ବତନ ପୋଲିସ୍ ଡିଜି ଏସ.ଏନ୍ ତିୱାରୀ କହିଛନ୍ତି ଯେ ଯିଏ ସମସ୍ତଙ୍କୁ ନେଇ କାର୍ଯ୍ୟ କରିପାରିବ, ଆଇନଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ତଥା ଅପରାଧିକ କାର୍ଯ୍ୟ ରୋକିବା ପାଇଁ ଷ୍ଟ୍ରାଟେଜୀ ତିଆରି କରିପାରିବ ସେହିଭଳି ଅଫିସରଙ୍କୁ ଡିଜିପି କରାଯିବା ଉଚିତ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos