ସତ୍ୟପାଠରେ ପତ୍ନୀଙ୍କ ନାଁ ଭୁଲ୍ ଥିବା ସ୍ୱୀକାର କଲେ କିଶୋର ତରାଇ

କେନ୍ଦ୍ରାପଡ଼ା: ପତ୍ନୀଙ୍କ ନାମକୁ ନେଇ ବିବାଦରେ ଫସି ଥିବା କେନ୍ଦ୍ରାପଡ଼ାର ବିଜେଡି ବିଧାୟକ କିଶୋର ତରାଇ ଆଜି ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ସତ୍ୟପାଠରେ ତାଙ୍କ ପତ୍ନୀଙ୍କ ନାମ ଭୁଲ୍ ଉଲ୍ଲେଖ କରାଯାଇଛି। ସେ କହିଛନ୍ତି,“ଭୋଟର କାର୍ଡରେ ପତ୍ନୀଙ୍କ ନାମ ବବିତା ଅଛି। ପାନ୍ କାର୍ଡ ଓ ମେଟ୍ରିକ୍ ସାର୍ଟିଫିକେଟ୍‌ରେ ମଧ୍ୟ ବବିତା ଅଛି। ମୁଁ ଦାଖଲ କରିଥିବା ସତ୍ୟପାଠରେ ମୋ ପତ୍ନୀଙ୍କ ନାମ କବିତା ଅଛି ବୋଲି କୁହାଯାଉଛି। ମୁଁ ସତ୍ୟପାଠ ଦେଖିନି। ସତ୍ୟପାଠ ଆମ […]

kishoretarai

kishoretarai

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 07:38 PM IST

Sports

Latest News

କେନ୍ଦ୍ରାପଡ଼ା: ପତ୍ନୀଙ୍କ ନାମକୁ ନେଇ ବିବାଦରେ ଫସି ଥିବା କେନ୍ଦ୍ରାପଡ଼ାର ବିଜେଡି ବିଧାୟକ କିଶୋର ତରାଇ ଆଜି ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ସତ୍ୟପାଠରେ ତାଙ୍କ ପତ୍ନୀଙ୍କ ନାମ ଭୁଲ୍ ଉଲ୍ଲେଖ କରାଯାଇଛି।

ସେ କହିଛନ୍ତି,“ଭୋଟର କାର୍ଡରେ ପତ୍ନୀଙ୍କ ନାମ ବବିତା ଅଛି। ପାନ୍ କାର୍ଡ ଓ ମେଟ୍ରିକ୍ ସାର୍ଟିଫିକେଟ୍‌ରେ ମଧ୍ୟ ବବିତା ଅଛି। ମୁଁ ଦାଖଲ କରିଥିବା ସତ୍ୟପାଠରେ ମୋ ପତ୍ନୀଙ୍କ ନାମ କବିତା ଅଛି ବୋଲି କୁହାଯାଉଛି। ମୁଁ ସତ୍ୟପାଠ ଦେଖିନି। ସତ୍ୟପାଠ ଆମ ଓକିଲ ପ୍ରସ୍ତୁତ କରିଥିଲେ। ଯଦି ଭୁଲ୍ ହୋଇଥିବ ତା’ହେଲେ ଟାଇପ୍ କଲା ବେଳେ ଭୁଲ୍ ହୋଇଯାଇଥିବ।”

ବିଧାୟକ ତରାଇଙ୍କ ବାପାଙ୍କ ନାଁକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି। ଏ ପ୍ରସଙ୍ଗରେ ସେ କହିଛନ୍ତି ଯେ ତାଙ୍କ ବାପାଙ୍କ ନାଁ ବିମ୍ବାଧର ତରାଇ। ଭୋଟର ତାଲିକା ପ୍ରସ୍ତୁତ କରୁଥିବା କର୍ମଚାରୀ ତାକୁ ବିମଳ ତରାଇ ବୋଲି ଲେଖି ଦେଇଥିଲେ। ବାପା ଏନେଇ ସତ୍ୟପାଠ ଦାଖଲ କରିଛନ୍ତି ଓ ବିମ୍ବାଧର ଏବଂ ବିମଳ ସମାନ ବ୍ୟକ୍ତି ବୋଲି ଉଲ୍ଲେଖ କରିଛନ୍ତି।

ପାନ୍ କାର୍ଡରେ ତାଙ୍କ ପତ୍ନୀଙ୍କ ନାଁ କବିତା ଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ତରାଇ। ସେ କହିଛନ୍ତି, ଏହା ଭୁଲ୍ ଖବର।

ଚଳିତ ପଞ୍ଚାୟତ ନିର୍ବାଚନରେ ତରାଇଙ୍କ ପତ୍ନୀ ପେଣ୍ଠପାଳ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପ୍ରାର୍ଥୀ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ କଲାବେଳେ ସେ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ନାଁ ବବିତା ତରାଇ। କିନ୍ତୁ ଗତ ବିଧାନସଭା ନିର୍ବାଚନ ବେଳେ କିଶୋର ତରାଇ ଦାଖଲ କରିଥିବା ସତ୍ୟପାଠରେ ପତ୍ନୀଙ୍କ ନାଁ କବିତା ତରାଇ ବୋଲି ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ଉଭୟ ବିଜେପି ଓ କଂଗ୍ରେସ ଏ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos