ଲିଭରକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ

ଯକୃତ (ଲିଭର) ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଶ। ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଶରୀରର ଡାହାଣ ଭାଗରେ ରହିଥିବା ଲିଭର ରକ୍ତ ଶୁଦ୍ଧ କରିବା କାମ କରିଥାଏ। ଏହା ଶରୀରରରେ ଥିବା ବିଷାକ୍ତ ତତ୍ତ୍ୱ ଓ ହାନିକାରକ କେମିକାଲ୍ସକୁ ବିଶୁଦ୍ଧ କରି  ଶରୀରରୁ ବାହାର କରେ। ଲିଭର ଏକ ପ୍ରୋଟିନର ନିର୍ମାଣ କରିଥାଏ ଯାହା ରକ୍ତକୁ ପତଳା କରିବାରେ ସହାୟକ ହୋଇଥାଏ। ଲିଭରକୁ ସୁସ୍ଥ ରଖିବା ଲାଗି ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ନିଜ […]

liver

liver

Rakesh Mallick
  • Published: Thursday, 01 February 2018
  • Updated: 01 February 2018, 10:12 AM IST

Sports

Latest News

ଯକୃତ (ଲିଭର) ଶରୀରର ଏକ ମହତ୍ୱପୂର୍ଣ୍ଣ ଅଂଶ। ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଶରୀରର ଡାହାଣ ଭାଗରେ ରହିଥିବା ଲିଭର ରକ୍ତ ଶୁଦ୍ଧ କରିବା କାମ କରିଥାଏ। ଏହା ଶରୀରରରେ ଥିବା ବିଷାକ୍ତ ତତ୍ତ୍ୱ ଓ ହାନିକାରକ କେମିକାଲ୍ସକୁ ବିଶୁଦ୍ଧ କରି  ଶରୀରରୁ ବାହାର କରେ। ଲିଭର ଏକ ପ୍ରୋଟିନର ନିର୍ମାଣ କରିଥାଏ ଯାହା ରକ୍ତକୁ ପତଳା କରିବାରେ ସହାୟକ ହୋଇଥାଏ। ଲିଭରକୁ ସୁସ୍ଥ ରଖିବା ଲାଗି ଅଧିକ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ନିଜ ଡାଏଟରେ କିଛି ଖାଦ୍ୟକୁ ସାମିଲ କରି ଲିଭରକୁ ସୁସ୍ଥ ରଖିପାରିବେ। ତେବେ ଆସନ୍ତୁ ଜାଣିବା କେଉଁ ସବୁ  ଖାଦ୍ୟ ଲିଭରକୁ ସୁସ୍ଥ ରଖେ।

ରସୁଣ

ରସୁଣରେ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଛି। ଏହାଛଡା ଏଥିରେ ଥିବା ଏଲିସିନ ନାମକ ତତ୍ତ୍ୱ ଶରୀରର ଅକ୍ସିଡେଟିଭ୍(Oxidative)କୁ କ୍ଷତି ପହଞ୍ଚାଇବାକୁ ଦିଏ ନାହିଁ। ରସୁଣ ଖାଇବା ଦ୍ୱାରା  ଲିଭରରେ ଥିବା ଏନ୍‌ଜାଇମ୍‌  ସକ୍ରିୟ ରହିବା ସହ  ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିଥାଏ।

ଗାଜର

ଗାଜରରେ  ଭିଟାମିନ, ମିନେରାଲ୍ସ, ଡାଏଟରୀ ଫାଇବର ଓ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ପ୍ରଚୁର ପରିମାଣରରେ ରହିଛି। ଏକ ଗିଲାସ ଗାଜର ଜୁସ ପିଇବା ଦ୍ୱାରା ଶରୀରରୁ ଫ୍ୟାଟି ଏସିଡ୍‌ ଓ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ ଲିଭର ସୁସ୍ଥ ରହିଥାଏ।

ଗ୍ରୀନ ଟି

ଏଥିରେ Catechin ଓ Polyphenol ନାମକ ପୋଷକ ତତ୍ତ୍ୱ ରହିଛି ଯାହା ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। ନିୟମିତ ୨ରୁ୩କପ୍‌ ଗ୍ରୀନ ଟି ପିଇବା ଦ୍ୱାରା ଲିଭର ସୁସ୍ଥ ରହେ।

ସବୁଜ ପନିପରିବା

ପାଳଙ୍ଗ, ଶାଗ, ସାଲାଡଓ ଅନ୍ୟ ସବୁଜ ପନିପରିବାରେ ଆଣ୍ଟି-ଇମ୍ଫ୍ଲମେଟୋରୀ ଗୁଣ ରହିଛି। ଏହା ଛଡା ଏଥିରେ ଫାଇବର, ଭିଟାମିନ୍‌ ଓ କ୍ୟାଲସିୟମ୍‌ ରହିଛି। ଏଥିପାଇଁ ଖାଦ୍ୟରେ ସବୁଜ ପନିପରିବାକୁ ସାମିଲ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos