କ୍ରିକେଟ ପଡ଼ିଆରୁ ଧନ୍ୟବାଦ୍‌ ଜଣାଇଲେ କୋହଲି: କାହାକୁ ଆଉ କାହିଁକି ଜାଣନ୍ତୁ

ମୁମ୍ବାଇ: ବିରାଟ ଓ ଅନୁଷ୍କାଙ୍କ ବିବାହକୁ ମାସେରୁ ଅଧିକ ଦିନ ବିତି ଗଲାଣି। ହେଲେ ଶୁଭେଚ୍ଛାର ସୁଅ ଛୁଟିବା ବନ୍ଦ ହୋଇନି। ବାଟରେ, ଘାଟରେ, କ୍ରିକେଟ ପଡିଆରେ ସବୁଠି ଶୁଭେଚ୍ଛା ସାଉଁଟୁଛନ୍ତି ବିରାଟ। ନିକଟରେ ଏମିତି ଏକ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ। ଜାଣିଛନ୍ତି, ଜଣେ ପ୍ରଶଂସକଙ୍କୁ ବିରାଟ ନିଜେ ପଡିଆରେ ଥାଇ “ଥ୍ୟାଙ୍କ ୟୁ” କହିଛନ୍ତି। କଥାଟା କ’ଣ ଜାଣନ୍ତି- ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚରେ  ଖେଳୁଥିବା ବେଳେ ଗ୍ୟାଲେରୀରେ ମ୍ୟାଚ୍ ଦେଖୁଥିବା ଜଣେ […]

virat

virat

Rakesh Mallick
  • Published: Monday, 05 February 2018
  • Updated: 05 February 2018, 06:33 PM IST

Sports

Latest News

ମୁମ୍ବାଇ: ବିରାଟ ଓ ଅନୁଷ୍କାଙ୍କ ବିବାହକୁ ମାସେରୁ ଅଧିକ ଦିନ ବିତି ଗଲାଣି। ହେଲେ ଶୁଭେଚ୍ଛାର ସୁଅ ଛୁଟିବା ବନ୍ଦ ହୋଇନି। ବାଟରେ, ଘାଟରେ, କ୍ରିକେଟ ପଡିଆରେ ସବୁଠି ଶୁଭେଚ୍ଛା ସାଉଁଟୁଛନ୍ତି ବିରାଟ। ନିକଟରେ ଏମିତି ଏକ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ। ଜାଣିଛନ୍ତି, ଜଣେ ପ୍ରଶଂସକଙ୍କୁ ବିରାଟ ନିଜେ ପଡିଆରେ ଥାଇ “ଥ୍ୟାଙ୍କ ୟୁ” କହିଛନ୍ତି।

କଥାଟା କ’ଣ ଜାଣନ୍ତି- ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚରେ  ଖେଳୁଥିବା ବେଳେ ଗ୍ୟାଲେରୀରେ ମ୍ୟାଚ୍ ଦେଖୁଥିବା ଜଣେ ଦର୍ଶକ  ‘ବିରୁଷ୍କା’ ଙ୍କର ପୋଷ୍ଟର ହାତରେ ଧରିଥିଲେ। ଖେଳୁ ଖେଳୁ ଏହି ପୋଷ୍ଟର  ଉପରେ ବିରାଟଙ୍କ ନଜର ପଡ଼ି ଯାଇଥିଲା। ପଡ଼ିଆରେ ଥାଇ ବିରାଟ ସେହି ଦର୍ଶକକୁ ଧନ୍ୟବାଦ ଜଣାଇଥିଲେ ଆଉ ପୁଣି ଥରେ ଖେଳରେ ମାତି ଯାଇଥିଲେ। ଏତିକି ବେଳେ ଉକ୍ତ ପ୍ରଶଂସକଙ୍କ ଚାରିପଟେ ରହିଥିବା କ୍ରିକେଟ ପ୍ରେମୀ ମଧ୍ୟ କରତାଳି ମାଧ୍ୟମରେ ବିରୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଜାଣିଛନ୍ତି କି ପୋଷ୍ଟରରେ କ’ଣ ଥିଲା-ସେମିତି କିଛି ବିଶେଷ ନଥିଲେ ବି ବିରାଟଙ୍କ ପାଇଁ ଖୁବ୍‌ ସ୍ମୁତି ବିଜଡ଼ିତ। ପୋଷ୍ଟରରେ ଅନୁଷ୍କା ଓ ବିରାଟଙ୍କ ବିବାହ ଫଟୋ ଥିଲା। ଯେଉଁଥିରେ ‘ବିବାହର ଶୁଭେଚ୍ଛା’ ବୋଲି ଲେଖାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos