କୋଣାର୍କ: ବାନା ବାବାଙ୍କ ଉଚ୍ଛେଦ ଜମି କବଜାକୁ ନେବାକୁ ସମର୍ଥକଙ୍କ ପ୍ରୟାସ, ଥାନାରେ ମାମଲା

କୋଣାର୍କ: କୋଣାର୍କ ବାଲିଦୋକାନ ଅନ୍ତର୍ଗତ ବାନା ବାବାଙ୍କ ଆଶ୍ରମ ଜମିକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉଚ୍ଛେଦ ହୋଇଥିବା ସରକାରୀ ଜମିକୁ ପୁଣି ଥରେ କବଜାକୁ ନେବାକୁ ତାଙ୍କ ସମର୍ଥକମାନେ ପ୍ରୟାସ ଚଳାଇଛନ୍ତି। ଏହାକୁ ନେଇ ବାନା ବାବାଙ୍କ ସମର୍ଥକ ଓ ବନ ବିଭାଗ ମଧ୍ୟରେ ଏକାଧିକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲାଣି। ଏ ନେଇ ବନ ବିଭାଗ ପକ୍ଷରୁ କୋଣାର୍କ ଥାନାରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷେ ବାନା ବାବାଙ୍କ କିଛି ସମର୍ଥକ, ବିଭିନ୍ନ […]

bana

bana

Rakesh Mallick
  • Published: Monday, 29 February 2016
  • Updated: 29 February 2016, 04:55 AM IST

Sports

Latest News

bana2କୋଣାର୍କ: କୋଣାର୍କ ବାଲିଦୋକାନ ଅନ୍ତର୍ଗତ ବାନା ବାବାଙ୍କ ଆଶ୍ରମ ଜମିକୁ ନେଇ ପୁଣି ବିବାଦ ଦେଖାଦେଇଛି। ଉଚ୍ଛେଦ ହୋଇଥିବା ସରକାରୀ ଜମିକୁ ପୁଣି ଥରେ କବଜାକୁ ନେବାକୁ ତାଙ୍କ ସମର୍ଥକମାନେ ପ୍ରୟାସ ଚଳାଇଛନ୍ତି। ଏହାକୁ ନେଇ ବାନା ବାବାଙ୍କ ସମର୍ଥକ ଓ ବନ ବିଭାଗ ମଧ୍ୟରେ ଏକାଧିକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲାଣି। ଏ ନେଇ ବନ ବିଭାଗ ପକ୍ଷରୁ କୋଣାର୍କ ଥାନାରେ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷେ ବାନା ବାବାଙ୍କ କିଛି ସମର୍ଥକ, ବିଭିନ୍ନ ଗ୍ରାମର ମୁଖିଆ, ବୁଦ୍ଧିଜୀବୀଙ୍କ ଦ୍ୱାରା ଗଠିତ ଦର୍ଶନୀବନ୍ତ ଶାନ୍ତି ସୁରକ୍ଷା ମଞ୍ଚ ବନ ବିଭାଗର ନେଇଥିବା ଆଶ୍ରମ ଘର ଓ ଜମିକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛି। ଆଶ୍ରମ ଜମି ରାଜସ୍ୱ ବିଭାଗ ଜମିରେ ନିର୍ମାଣ ହୋଇଥିବାରୁ ବନ ବିଭାଗ ଏହାକୁ ଦଖଲକୁ ନେବା ବେଆଇନ ବୋଲି ସେମାନେ ଦର୍ଶାଇଛନ୍ତି। ଏଥିପାଇଁ ପ୍ରଥମେ ଜିଲ୍ଲାପାଳଙ୍କୁ ଜଣାଯିବା ପରେ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ସରକାରୀ ଓ ଜଙ୍ଗଲ ଜମିକୁ ଜବରଦଖଲ କରି ବାନା ବାବା ଆଶ୍ରମ ନିର୍ମାଣ କରିଥିବା ଅଭିଯୋଗ ଆସିଥିଲା। କାକଟପୁର ତହସିଲଦାର, ବନ ବିଭାଗ ଅଧିକାରୀମାନଙ୍କ ଉପସ୍ଥିତିରେ ୨୦୧୫ ଅଗଷ୍ଟ ୩୧ରେ ମାପଚୁପ କରାଯିବା ପରେ ୨୨ ଏକର ଜଙ୍ଗଲ ଜମି ଜବରଦଖଲ ହୋଇଥିବା ଜଣାପଡିଥିଲା। ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୪ ତାରିଖରେ ନୋଟିସ ଦିଆଯାଇଥିଲା। ପରଦିନ ୫ ତାରିଖ ରାତିରେ ବାନା ବାବା ଓ ତାଙ୍କ ସମର୍ଥକମାନେ ଆଶ୍ରମ ଛାଡି ନିକଟସ୍ଥ ଏକ ସ୍ଥାନରେ ତମ୍ବୁ ଟାଣି ରହିଥିଲେ। ବନ ବିଭାଗ ଆଶ୍ରମରେ ଥିବା ଗୃହ ଓ ବଗିଚା ନିଜ ଅକ୍ତିଆରକୁ ଆଣି ତାର ବାଡ ବୁଲାଇ ଆବଦ୍ଧ କରିଥିଲା। ଏହି ସ୍ଥାନରେ ଏକ କୃଷ୍ଣସାର ମୃଗ ପ୍ରଜନନ କେନ୍ଦ୍ର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ବନ ବିଭାଗର ଏକ ସେକ୍ସନ୍‌ ଅଫିସ ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos