ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ନିକଟ ଚନ୍ଦ୍ରଭାଗାରେ ତୀର୍ଥ ପୁଷ୍ପରଣୀରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭୋରରୁ ତୀର୍ଥ ପୁଷ୍ପରଣୀରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ। ତେବେ ବୁଡ଼ ପକାଇବା ପରେ ସୂର୍ଯ୍ୟ ଦର୍ଶନ କରିବା ବିଳମ୍ବ ହେବାରୁ ଶ୍ରଦ୍ଧାଳୁ ସାମାନ୍ୟ ନିରାଶ ହୋଇଥିଲେ। ସୂର୍ଯ୍ୟ ଦର୍ଶନରେ ବାଧକ ସାଜି ଥିଲା ଘନ କୁହୁଡ଼ି। ବୁଡ଼ ପକାଇବା ପରେ ଅନେକ ଲୋକ ସେଠାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିଥିଲେ। ଅନେକ ମାନସିକଧାରୀ ମୁଣ୍ଡନ ହୋଇଥିଲେ।

ବୁଡ଼ ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ଚନ୍ଦ୍ରଭାଗାରେ ମୁତୟନ କରାଯାଇଥିଲା।

ମାଘ ସପ୍ତମୀ ଅବସରରେ କୋଣାର୍କ ନବଗ୍ରହ ପୀଠରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ହେଉଛି।