ବସ୍ ଓଲଟି ଜଣେ ମୃତ, ୧୨ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ପାତ୍ରପୁଟ ନିକଟରେ ଆଜି ଭୋର୍‌ ପ୍ରାୟ ସାଢ଼େ ୩ଟା ବେଳେ ଏକ ଘରୋଇ ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ବିଶାଖାପାଟଣାରୁ ମାଲକାନଗିରି ଯାଉଥିଲା।