ପ୍ରେମ ରାସ୍ତାରେ ଜାତି କଣ୍ଟା; ପ୍ରେମିକର ଜୀବନ ଗଲା

କୋରାପୁଟ: ଯୁଗ ବଦଳିଛି। କିନ୍ତୁ ଯୁଗ ସହିତ ତାଳ ଦେଇ ଜାତିଆଣ ଭାବ ପୂରା ବଦଳିନି। ଅନେକ ସ୍ଥାନରେ ଏବେ ବି ଏହା ନିଷ୍ଠୁର ରୂପ ନେଉଛି। ଆଉ ପରିଣାମ ହେଉଛି ଭୟଙ୍କର। ଚାଲି ଯାଉଛି ମୂଲ୍ୟବାନ ଜୀବନ। ଏମିତି କିଛି ଘଟିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜି.ରାଉତପୁଟ ଗାଁରେ। ଭିନ୍ନ ଜାତି ହୋଇଥିବା ଯୋଗୁଁ ଅକଥନୀୟ ଅତ୍ୟାଚାର ଓ ଅପମାନର ସମ୍ମୁଖୀନ ହୋଇଛନ୍ତି ଏକ ପ୍ରେମୀଯୁଗଳ। ଅତ୍ୟାଚାର ଅସହ୍ୟ ହୋଇଯିବା ପରେ ଆତ୍ମହତ୍ୟା ଉଦ୍ୟମ […]

ppp

ppp

Rakesh Mallick
  • Published: Sunday, 02 April 2017
  • Updated: 02 April 2017, 02:49 PM IST

Sports

Latest News

କୋରାପୁଟ: ଯୁଗ ବଦଳିଛି। କିନ୍ତୁ ଯୁଗ ସହିତ ତାଳ ଦେଇ ଜାତିଆଣ ଭାବ ପୂରା ବଦଳିନି। ଅନେକ ସ୍ଥାନରେ ଏବେ ବି ଏହା ନିଷ୍ଠୁର ରୂପ ନେଉଛି। ଆଉ ପରିଣାମ ହେଉଛି ଭୟଙ୍କର। ଚାଲି ଯାଉଛି ମୂଲ୍ୟବାନ ଜୀବନ। ଏମିତି କିଛି ଘଟିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜି.ରାଉତପୁଟ ଗାଁରେ। ଭିନ୍ନ ଜାତି ହୋଇଥିବା ଯୋଗୁଁ ଅକଥନୀୟ ଅତ୍ୟାଚାର ଓ ଅପମାନର ସମ୍ମୁଖୀନ ହୋଇଛନ୍ତି ଏକ ପ୍ରେମୀଯୁଗଳ। ଅତ୍ୟାଚାର ଅସହ୍ୟ ହୋଇଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକ ମରି ଯାଇଛି। ଭାଗ୍ୟ ଜୋର ଥିବା ଯୋଗୁଁ ବୋଧହୁଏ ବଞ୍ଚି ଯାଇଛି ପ୍ରେମିକା।

ଦୁହିଁଙ୍କ ମଧ୍ୟରେ ଥିଲା ନିବିଡ଼ ପ୍ରେମ। କିନ୍ତୁ କଣ୍ଟା ସାଜିଲା ଭିନ୍ନ ଜାତି। ସେମାନଙ୍କ ପ୍ରେମକୁ ସ୍ୱୀକୃତି ଦେଇ ନ ଥିଲେ ପରିବାର ଲୋକେ। ଯୁବତୀଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ଠିକ୍ କରି ଦେଲେ। କୌଣସି ଉପାୟ ନ ପାଇ ଦୁହେଁ ଫେରାର ହୋଇଗଲେ। ସେଦିନ ଥିଲା ମାର୍ଚ୍ଚ ୧୮ ତାରିଖ। ସେଦିନ ଯୁବତୀଙ୍କ ବିବାହ ହୋଇଥାଆନ୍ତା ଅନ୍ୟ ଜଣଙ୍କ ସହିତ। ଫେରାର ହେବାର ୪ ଦିନ ପରେ ସେମାନେ ଗାଁକୁ ଫେରିଥିଲେ। ଝିଅ ଘର ଲୋକେ ଗାଁ ଦାଣ୍ଡରେ ଦୁହିଁଙ୍କୁ ପ୍ରବଳ ମାଡ଼ ମାରି ଥିଲେ। ଏହା ସେମାନଙ୍କୁ ଖୁବ ବାଧି ଥିଲା। ରାତିରେ ସେମାନେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବେକରେ ଦଉଡ଼ି ବାନ୍ଧି ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଅଟି ମରି ଯାଇଥିବା ବେଳେ ଝିଅଟି ବଞ୍ଚି ଯାଇଛି। କାରଣ ଦଉଡ଼ି ଛିଣ୍ଡି ଯାଇଥିଲା।

କୋରାପୁଟ ସଦର ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos