ମଦ ବନ୍ଦ କଲେ ହାରିବ: ଜୟରାମ ପାଙ୍ଗି

ଜୟପୁର: ମଦ ବନ୍ଦ କଲେ ହାରିବ। ଜୟଲଳିତା, ଏନ୍‌ଟି ରାମାରାଓ ଓ ବିଜୁ ପଟ୍ଟନାୟକ ମଦ ବନ୍ଦ କରିଥିଲେ ହାରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ ବନ୍ଦ କରିଛନ୍ତି ୫ ବର୍ଷ ପରେ ସେ ମଧ୍ୟ ହାରିବେ। ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କୋରାପୁଟର ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗି। ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ୱାଦିକ ଓ ବିଭିନ୍ନ ଦଳର ନେତାଙ୍କ ଉପସ୍ଥିତିରେ ସେ ଏପରି ବୟାନ ଦେଇଛନ୍ତି। ସେ କହିଛନ୍ତି,“ମଦ […]

koraput-jairam-pangi

koraput-jairam-pangi

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 10:52 PM IST

Sports

Latest News

ଜୟପୁର: ମଦ ବନ୍ଦ କଲେ ହାରିବ। ଜୟଲଳିତା, ଏନ୍‌ଟି ରାମାରାଓ ଓ ବିଜୁ ପଟ୍ଟନାୟକ ମଦ ବନ୍ଦ କରିଥିଲେ ହାରିଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଦ ବନ୍ଦ କରିଛନ୍ତି ୫ ବର୍ଷ ପରେ ସେ ମଧ୍ୟ ହାରିବେ। ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କୋରାପୁଟର ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗି।

ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ୱାଦିକ ଓ ବିଭିନ୍ନ ଦଳର ନେତାଙ୍କ ଉପସ୍ଥିତିରେ ସେ ଏପରି ବୟାନ ଦେଇଛନ୍ତି।

ସେ କହିଛନ୍ତି,“ମଦ ପିଇବା ଲୋକ ଦିନରେ ଆନ୍ଦୋଳନ କରୁଛନ୍ତି, ରାତିରେ ଭାଟିରେ ପିଉଛନ୍ତି। ମଦ ନ ପିଇଲେ ପାଟି କରିପାରିବେ ନାହିଁ। ଆଦିବାସୀଙ୍କର ମଲେ ମଦ ଦରକାର। ଏହାଛଡ଼ା ଏକୋଇଶିଆ, ବାହାଘର ଓ ଜନ୍ମ ଦିନରେ ମଧ୍ୟ ମଦ ଦରକାର। ତଥାପି ମୁଁ ମଦ ବନ୍ଦ କରିଥିବାରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ୱାଳ ମୋ ବିରୋଧରେ ପଡ଼ିଯିବାରୁ ହାରିଯାଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos