କୋରାପୁଟ: କୋରାପୁଟ-ରାୟଗଡ଼ା ଜିଲ୍ଲା ସୀମାନ୍ତ ଲେହେରୀ ଜଙ୍ଗଲରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାତ୍ର କେହି ମୃତାହତ ହୋଇଥିବା ଜଣାପଡ଼ିନି। ଏନେଇ କୋରାପୁଟ ଏସ୍ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି।
ଲେହେରୀ ଜଙ୍ଗଲରେ ମାଓବାଦୀ ଆଡ୍ଡା ଜମାଇଥିବା ଗୁଇନ୍ଦା ସୂଚନା ଦେଇଥିଲା। ଆଜି ସକାଳେ ଯବାନମାନେ କମ୍ୱିଂ ଅପରେସନ୍ କରିବାକୁ ଯାଉଥିବା ବେଳେ ମାଓବାଦୀମାନେ ଗୁଳି ଚଳାଇ ଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେବାରୁ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇ ଚାଲି ଯାଇଥିଲେ। ତେବେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ଏନେଇ ଏସ୍ପି ସ୍ପଷ୍ଟ କରିନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।