ଦୁଗ୍ଧ ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ପରାମର୍ଶ: ରାସ୍ତାରେ ବଳକା କ୍ଷୀର ନ ଢାଳି ମେଡିକାଲରେ ବାଣ୍ଟ

ଭୁବନେଶ୍ୱର: ଓମ୍‌ଫେଡ ଉପରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନାହିଁ। ଓମ୍‌ଫେଡ ଦ୍ୱାରା କ୍ଷୀର ସଂଗ୍ରହକୁ ନେଇ ଦୁଗ୍ଧଚାଷୀଙ୍କ ମଧ୍ୟରେ ବଢି ଚାଲିଥିବା ଅସନ୍ତୋଷ ପରିପେକ୍ଷୀରେ ଏହା କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀନ ମହାରଥୀ। ଏହାସହ ରାସ୍ତାରେ ବଳକା କ୍ଷୀର ନ ଢାଳି ମେଡିକାଲରେ ବାଣ୍ଟି ଦେବାକୁ ସେ ଦୁଗ୍ଧ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି। ରାଜ୍ୟରେ ଯେତିକି କ୍ଷୀର […]

pradeep maharathi

pradeep maharathi

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 05:57 PM IST

Sports

Latest News

pradeep maharathiଭୁବନେଶ୍ୱର: ଓମ୍‌ଫେଡ ଉପରେ ରାଜ୍ୟ ସରକାରଙ୍କ କୌଣସି କର୍ତ୍ତୃତ୍ୱ ନାହିଁ। ଓମ୍‌ଫେଡ ଦ୍ୱାରା କ୍ଷୀର ସଂଗ୍ରହକୁ ନେଇ ଦୁଗ୍ଧଚାଷୀଙ୍କ ମଧ୍ୟରେ ବଢି ଚାଲିଥିବା ଅସନ୍ତୋଷ ପରିପେକ୍ଷୀରେ ଏହା କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀନ ମହାରଥୀ। ଏହାସହ ରାସ୍ତାରେ ବଳକା କ୍ଷୀର ନ ଢାଳି ମେଡିକାଲରେ ବାଣ୍ଟି ଦେବାକୁ ସେ ଦୁଗ୍ଧ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି।

ରାଜ୍ୟରେ ଯେତିକି କ୍ଷୀର ଉତ୍ପାଦନ ହେଉଛି ତାକୁ ସଂଗ୍ରହ କରିବାର କ୍ଷମତା ଓମ୍‌ଫେଡ ପାଖରେ ନ ଥିବା ରାଜ୍ୟ ସରକାର ମାନିଛନ୍ତି। ଏପରି ସ୍ଥିତିରେ ଓମ୍‌ଫେଡ କ୍ଷୀର ଫେରାଉ ଥିବାରୁ କେଉଁଠି ଚାଷୀ ରାସ୍ତାରେ କ୍ଷୀର ଢାଳୁଛନ୍ତି ତ ଆଉ କେଉଁଠି ବାଣ୍ଟୁଛନ୍ତି। ରାଜ୍ୟରେ ଦୈନିକ ୬,୦୦,୦୦୦ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ ଓମ୍‌ଫେଡ ଅତି ବେଶିରେ ୫,୫୦,୦୦୦ ଲିଟର କ୍ଷୀର ସଂଗ୍ରହ କରୁଛି। ତେବେ ସମସ୍ୟାର ସମାଧାନ ପାଇଁ ତ୍ରିଶୁଳିଆ ନିକଟ ରଟିଲୋଠାରେ ୩,୦୦,୦୦୦ ଲିଟରରୁ ଊର୍ଦ୍ଧ୍ୱ କ୍ଷମତାର ନୂତନ ଓମ୍‌ଫେଡ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ମହାରଥୀ ସୂଚନା ଦେଇଛନ୍ତି।

ଓମ୍‌ଫେଡ କ୍ଷୀର ଫେରାଇବାକୁ ନେଇ ଆଜି ଦୁଗ୍ଧ ଚାଷୀ ମହାସଂଘର ବୈଠକ ବସିଥିଲା। ଏଥିରେ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ସହ ୭ ଦଫା ଦାବି ଉପରେ ଆଲୋଚନା ହୋଇ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ଦାବି ପୂରଣ ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ସଭାପତି ରବି ବେହେରା କହିଛନ୍ତି, “ଭାରତ ସରକାର ଯେମିତି ଧାନ ଓ ଡାଲିର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ରାଜ୍ୟ ସରକାର ସେହିପରି ଦୁଗ୍ଧର ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତୁ। ବରଗଡ଼ରେ ଦୁଗ୍ଧ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରା ନ ଗଲେ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story