ନ୍ୟାୟ ଅପେକ୍ଷାରେ କୁଳଭୂଷଣ: ଆଜି ଆସିବ ଚୂଡ଼ାନ୍ତ ରାୟ, ଅପରାହ୍ନ ୩ଟାକୁ ଅପେକ୍ଷା

ନୂଆଦିଲ୍ଲୀ: କ’ଣ ହେବ କୁଳଭୂଷଣ ଯାଦବଙ୍କ ଭାଗ୍ୟ। ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିବ କି ନାହିଁ? ତାକୁ ନେଇ ଲାଗି ରହିଥିବା ଅନିଶ୍ଚିତିତା ଉପରୁ ଆଜି ପରଦା ହଟିବ। ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଳଭୂଷଣ ମାମଲାରେ ଆଜି ଚୂଡ଼ାନ୍ତ ରାୟ ଆସିବ। ରାୟ ଶୁଣାଇବେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)। ଭାରତୀୟ ସମୟରେ ଆଜି ଅପରାହ୍ନ ୩ଟା ୩୦ରେ ଏହି ରାୟ  ଘୋଷଣା  ହେବ। ଏ ସମ୍ପର୍କରେ ଜାତିସଂଘର ଏହି ସର୍ବୋଚ୍ଚ ନ୍ୟାୟାଳୟରେ […]

kulbhusan-1

kulbhusan-1

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 11:15 AM IST

Sports

Latest News

ନୂଆଦିଲ୍ଲୀ: କ’ଣ ହେବ କୁଳଭୂଷଣ ଯାଦବଙ୍କ ଭାଗ୍ୟ। ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିବ କି ନାହିଁ? ତାକୁ ନେଇ ଲାଗି ରହିଥିବା ଅନିଶ୍ଚିତିତା ଉପରୁ ଆଜି ପରଦା ହଟିବ। ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କୁଳଭୂଷଣ ମାମଲାରେ ଆଜି ଚୂଡ଼ାନ୍ତ ରାୟ ଆସିବ। ରାୟ ଶୁଣାଇବେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)।

ଭାରତୀୟ ସମୟରେ ଆଜି ଅପରାହ୍ନ ୩ଟା ୩୦ରେ ଏହି ରାୟ  ଘୋଷଣା  ହେବ। ଏ ସମ୍ପର୍କରେ ଜାତିସଂଘର ଏହି ସର୍ବୋଚ୍ଚ ନ୍ୟାୟାଳୟରେ ଗତ ୩ ଦିନ ଧରି ଶୁଣାଣି ହୋଇଥିଲା।  ଆଇସିଜେ ୱେବସାଇଟରେ ମିଳିଥିବା ଅନୁଯାଇ ଆଜି ଦିନ ୧୨ଟାରୁ ବିଚାର ପ୍ରକ୍ରିୟା ଆରମ୍ଭ ହେବ।  ଗତ ମାର୍ଚ୍ଚ ୩ ତାରିଖରେ କୁଳଭୂଷଣକୁ ଗିରଫ କରିଥିଲା ପାକିସ୍ତାନ।

ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ମିଲିଟାରୀ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲା। ଏନେଇ ଭାରତ ମେ ୮ ତାରିଖରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos