ଭରସା ଦେଲେ ମା, ଘରେ ରହିଲେ ଅସୁରକ୍ଷିତ ନୁହେଁ କୁନ୍ଦୁଲି ପୀଡ଼ିତା

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ନିଜ ଘରେ ପହଞ୍ଚିଛନ୍ତି। ସୁରକ୍ଷା ନେଇ ସିଡବ୍ଲ୍ୟୁସି ସଦସ୍ୟା ଆଜି ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଝିଅ ଘରେ ସୁରକ୍ଷିତ ରହିବ, ପୋଲିସର ସୁରକ୍ଷା ଦରକାର ନାହିଁ ବୋଲି ପୀଡ଼ିତା ଓ ତାଙ୍କ ମା’ ସିଡବ୍ଲ୍ୟୁସି ସଦସ୍ୟା ପ୍ରତିମା ରଥଙ୍କୁ କହିଛନ୍ତି। ପ୍ରତିମା ରଥ କହିଛନ୍ତି-“ଘରେ ରହିବା ନେଇ ପୀଡ଼ିତା ଓ ତାଙ୍କ ମା’ ଲିଖିତ ଭାବେ ସହମତି ଜଣାଇଛନ୍ତି। ଏଥିପାଇଁ ସେମାନଙ୍କୁ ସର୍ତ୍ତମୂଳକ […]

koraput-rape.12

koraput-rape.12

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 05:11 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତା ନିଜ ଘରେ ପହଞ୍ଚିଛନ୍ତି। ସୁରକ୍ଷା ନେଇ ସିଡବ୍ଲ୍ୟୁସି ସଦସ୍ୟା ଆଜି ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଝିଅ ଘରେ ସୁରକ୍ଷିତ ରହିବ, ପୋଲିସର ସୁରକ୍ଷା ଦରକାର ନାହିଁ ବୋଲି ପୀଡ଼ିତା ଓ ତାଙ୍କ ମା’ ସିଡବ୍ଲ୍ୟୁସି ସଦସ୍ୟା ପ୍ରତିମା ରଥଙ୍କୁ କହିଛନ୍ତି।

ପ୍ରତିମା ରଥ କହିଛନ୍ତି-“ଘରେ ରହିବା ନେଇ ପୀଡ଼ିତା ଓ ତାଙ୍କ ମା’ ଲିଖିତ ଭାବେ ସହମତି ଜଣାଇଛନ୍ତି। ଏଥିପାଇଁ ସେମାନଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ସିଡବ୍ଲ୍ୟୁସିର ବିନାନୁମତିରେ ପୀଡ଼ିତା କୋରାପୁଟ ଛାଡ଼ିବେନି।”

ଗତ ୧୫ ତାରିଖରେ  ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos