ବିରୋଧ ସତ୍ତ୍ୱେ ବେଲବାହାଳି ସେତୁ ନିର୍ମାଣ ଆରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିର ବହୁ ଚର୍ଚ୍ଚିତ କୁଶେଇ ସେତୁ ନିର୍ମାଣ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ୨୦ ପ୍ଲାଟୁନ୍‌ରୁ ଊର୍ଦ୍ଧ୍ୱ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ସେତୁ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଥିବାରୁ ସେମାନଙ୍କ ସହ ଆଲୋଚନା ପରେ କାମ ଆରମ୍ଭ କରିବାକୁ ଆଜି ପୋଲିସ୍‌ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା। ରାମଚନ୍ଦ୍ରପୁର ଆଇବି ପରିସରରେ ଥିବା ପୋଲିସ୍‌ର ଅସ୍ଥାୟୀ କ୍ୟାମ୍ପରେ ଜିଲ୍ଲାପାଳ, ଏସ୍‌ପି ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଆଲୋଚନା ପାଇଁ ଗାଁ ଲୋକଙ୍କୁ ଡାକିଥିଲେ। ମାତ୍ର ଗାଁ ଲୋକେ ନ ଆସିବାରୁ ଫୋର୍ସ ସହ ବେଲବାହାଳି ନିର୍ମାଣସ୍ଥଳକୁ ପୋଲିସ୍‌ପ୍ରଶାସନ ଯାଇଥିଲା।

ଆସନ୍ତା ୨୩ ତାରିଖରେ କୋର୍ଟରେ ସେତୁ ନିର୍ମାଣ ପ୍ରସଙ୍ଗରେ ଶୁଣାଣି ହେବ। ସେ ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ସ୍ଥାନୀୟ ଲୋକେ ଦାବି କରୁଥିଲେ।