କୁଶେଇ ସେତୁ ନିର୍ମାଣ ଲାଗି ପ୍ରଶାସନର ଉଦ୍ୟମ, ୧୪୪ ଧାରା ଜାରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିରେ ବିବାଦୀୟ କୁଶେଇ ସେତୁ ନିର୍ମାଣ ଲାଗି ପ୍ରଶାସନ ପୁଣି ଉଦ୍ୟମ ଆରମ୍ଭ କରିଛି। ଆଗରୁ ଦୁଇ ଥର କାମ ବନ୍ଦ ପରେ ମଧ୍ୟ ତୃତୀୟ ଥର ଲାଗି କାମ ଆରମ୍ଭ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ନିର୍ମାଣ ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେତୁ ନିର୍ମାଣ କାର୍ଯ୍ୟ କରିବା ପାଇଁ ଗତକାଲି କେନ୍ଦୁଝର ଜିଲ୍ଲାପାଳ, ଏସପି ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ […]

kusei-setu

kusei-setu

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 03:29 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବେଲବାହାଳିରେ ବିବାଦୀୟ କୁଶେଇ ସେତୁ ନିର୍ମାଣ ଲାଗି ପ୍ରଶାସନ ପୁଣି ଉଦ୍ୟମ ଆରମ୍ଭ କରିଛି। ଆଗରୁ ଦୁଇ ଥର କାମ ବନ୍ଦ ପରେ ମଧ୍ୟ ତୃତୀୟ ଥର ଲାଗି କାମ ଆରମ୍ଭ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି। ନିର୍ମାଣ ସ୍ଥଳରେ ୧୪୪ ଧାରା ଜାରି କରାଯିବା ସହ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସେତୁ ନିର୍ମାଣ କାର୍ଯ୍ୟ କରିବା ପାଇଁ ଗତକାଲି କେନ୍ଦୁଝର ଜିଲ୍ଲାପାଳ, ଏସପି ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା।

କୁଶେଇ ସେତୁ ନିର୍ମାଣ ସ୍ଥଳକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଏପରିକି ସେତୁ ନିର୍ମାଣକୁ ନେଇ ଗାଁ ଲୋକ ଓ ପୋଲିସ୍‌ ବହୁଥର ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ଦୁଇ ଥର ସେତୁ ନିର୍ମାଣ ଉଦ୍ୟମ ଫଳପ୍ରଦ ହୋଇପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos