‘୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିଲେ ମରୁଡ଼ି ଘୋଷଣା କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରୁଡ଼ି କ୍ଷୟକ୍ଷତି ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତଓ୍ୱାରୀ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ। ଦିନକୁ ଦିନ ଚାଷୀ ଆର୍ଥିକ ମେରୁ ଦଣ୍ଡ ଦୁର୍ବଳ ହେଉଥିବାରୁ ଫସଲ କଟା ରିପୋର୍ଟକୁ ଅପେକ୍ଷା ନକରି ଯେଉଁସବୁ ସ୍ଥାନରେ କ୍ରମାଗତ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି, ସେହି ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଘୋଷଣା କରିବେ ରାଜ୍ୟ ସରକାର। ଚାଷୀଙ୍କୁ ସହୟତା ଦେବା […]

Drought-situation-720x430

Drought-situation-720x430

Rakesh Mallick
  • Published: Friday, 22 September 2017
  • Updated: 22 September 2017, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରୁଡ଼ି କ୍ଷୟକ୍ଷତି ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତଓ୍ୱାରୀ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ। ଦିନକୁ ଦିନ ଚାଷୀ ଆର୍ଥିକ ମେରୁ ଦଣ୍ଡ ଦୁର୍ବଳ ହେଉଥିବାରୁ ଫସଲ କଟା ରିପୋର୍ଟକୁ ଅପେକ୍ଷା ନକରି ଯେଉଁସବୁ ସ୍ଥାନରେ କ୍ରମାଗତ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଛି, ସେହି ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଘୋଷଣା କରିବେ ରାଜ୍ୟ ସରକାର। ଚାଷୀଙ୍କୁ ସହୟତା ଦେବା ପାଇଁ ସରକାର ଏପରି ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି।

ଚଳିତବର୍ଷ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିବାରୁ ମରୁଡି ସ୍ଥିତିରେ ସାମନ୍ୟ ସୁଧାର ଆସିଛି। ମରୁଡ଼ି ପ୍ରଭାବିତ ବ୍ଲକ ସଂଖ୍ୟା ୧୦୩ରୁ ୯୬କୁ କମିଛି। ସେପ୍ଟେମ୍ବର ୨୨ ସୁଦ୍ଧା ୭୩ ଟି ବ୍ଲକରେ ୧୯ରୁ ୩୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ୨୨ ଟି ବ୍ଲକରେ ୩୯ରୁ ୫୯ ପ୍ରତିଶତ କମ୍‌ ବର୍ଷା ହୋଇଛି। ବାକି ଗୋଟିଏ ବ୍ଲକରେ ୫୯ ପ୍ରତିଶତ କମ୍‌ ବର୍ଷା ହୋଇଛି।

ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“କ୍ରମାଗତ ଭାବେ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍‌ ବର୍ଷା ହୋଇଥିଲେ, ତାହାକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରାଯିବ।”

ଅନ୍ୟପକ୍ଷରେ କଂଗ୍ରେସ କିଷାନ ସେଲ ସଭାପତି ଅମୀୟ କୁମାର ପଟ୍ଟନାୟକ କହିଛନ୍ତି-“ବିଜେଡି ଓ ବିଜେପି କଳିରେ ଚାଷୀ ପଡ଼ୁଛି ବଳି। ଆମେ ଦାବି କରୁଛି- ଯେଉଁ ଅଞ୍ଚଳରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଛି, ସେହି ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଉ। ଏହାଛଡ଼ା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos