୨୦ଟି ଜିଲ୍ଲାର ଲୋକେ ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ରୁହନ୍ତୁ ସତର୍କ, ହୋଇପାରେ ବଜ୍ରପାତ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅପରାହ୍ନ ୫ଟା ୪୫ ମିନିଟ୍ ପର୍ଯ୍ୟନ୍ତ ୨୦ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଅନୁଗୋଳ, କୋରାପୁଟ, ଢେଙ୍କନାଳ,କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ବାଲେଶ୍ୱର, ମାଲକାନଗିରି, ରାୟଗଡ଼ା,କଳାହାଣ୍ଡି   ଓ ନବରଙ୍ଗପୁର।