ବାଃରେ ବାଃ! ମୃତ ଲୋକଙ୍କୁ ନେଇ ଚାଲିଛି ରାଜ୍ୟ ସାକ୍ଷରତା ମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଫେଲ୍‌ ମାରିଛି ସାକ୍ଷରତା ମିଶନ। ଗଠନ ହେବାର ୧୬ ବର୍ଷ ପରେ ମଧ୍ୟ ଥରୁଟିଏ ବସିନି ବୈଠକ। ବିଡ଼ମ୍ବନା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିଲା ବେଳେ ମରିଯାଇଥିବା ନେତା ଏଥିରେ ସଦସ୍ୟ ଅଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ବେସରକାରୀ ସଦସ୍ୟଙ୍କ ତାଲିକାରେ ଅଛି। ଶିକ୍ଷାର ଦୀପ ଜାଳିବା ପାଇଁ ୨୦୦୧ ମସିହାରେ ସାକ୍ଷରତା ମିଶନ ଗଠନ ହୋଇଥିଲା। ଆଜି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଫେଲ୍‌ ମାରିଛି ସାକ୍ଷରତା ମିଶନ। ଗଠନ ହେବାର ୧୬ ବର୍ଷ ପରେ ମଧ୍ୟ ଥରୁଟିଏ ବସିନି ବୈଠକ। ବିଡ଼ମ୍ବନା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିଲା ବେଳେ ମରିଯାଇଥିବା ନେତା ଏଥିରେ ସଦସ୍ୟ ଅଛନ୍ତି। ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁ ବେସରକାରୀ ସଦସ୍ୟଙ୍କ ତାଲିକାରେ ଅଛି।

ଶିକ୍ଷାର ଦୀପ ଜାଳିବା ପାଇଁ ୨୦୦୧ ମସିହାରେ ସାକ୍ଷରତା ମିଶନ ଗଠନ ହୋଇଥିଲା। ଆଜି ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି-ମିଶନ ଗଠନ ହେବା ପରଠାରୁ ବୈଠକ ବସିନି, ଏଥିପାଇଁ ଉଦ୍ୟମ କରାଯାଉଛି।  ତେବେ ଏଠି ପ୍ରଶ୍ନ ଉଠୁଛି-ଯେଉଁ ଉଦ୍ୟମ ୧୬ ବର୍ଷ ଭିତରେ ସଫଳ ହୋଇପାରିଲା ନାହିଁ, ତାହା କେବେ ହେବ?

ସାକ୍ଷରତା ମିଶନ ଗର୍ଭର୍ଣ୍ଣିଂ କାଉନସିଲରେ ସଭାପତି ଅଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଉପସଭାପତି ଅଛନ୍ତି। ୪ ଜଣ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ମଧ୍ୟ ଏହାର ସରକାରୀ ସଦସ୍ୟ ଅଛନ୍ତି। ବେସରକାରୀ ସଦସ୍ୟଙ୍କ ତାଲିକାରେ ଅଛନ୍ତି ମୃତ୍ୟୁ ବରଣ କରିଥିବା ପୂର୍ବତନ ସାଂସଦ ବ୍ରହ୍ମାନନ୍ଦ ପଣ୍ଡା ଓ କଳ୍ପତରୁ ଦାସ। ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ମଧ୍ୟ ଏହାର ସଦସ୍ୟା ଅଛନ୍ତି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି-“ରାଜ୍ୟ ସାକ୍ଷରତା ମିଶନରେ କେତେକ ସଦସ୍ୟଙ୍କ ଦେହାନ୍ତ ହୋଇଛି। ସେଥିପାଇଁ ମିଶନକୁ ଆଉ ଥରେ ପୁର୍ନଗଠନ କରାଯିବ। ଏହାର ସଭାପତି ଅଛନ୍ତି ମୁଖ୍ୟମନ୍ତ୍ରୀ।”

ନିରକ୍ଷର ତାଲିକାରେ ନବରଙ୍ଗପୁର ନମ୍ୱର-୧

ଏବେ ରାଜ୍ୟରେ ୪ କୋଟି ୧୯ ଲକ୍ଷ ଲୋକଙ୍କ ଭିତରୁ ୧ କୋଟି ୧ ଲକ୍ଷ ୯୯ ହଜାର ୫୩୨ ଲୋକ ଲେଖିପଢି ଜାଣିନାହାଁନ୍ତି। ନିରକ୍ଷରଙ୍କ ତାଲିକାରେ ସବୁଠୁ ଉପରେ ଅଛି ନବରଙ୍ଗପୁର। ଏହି ଜିଲ୍ଲାରେ ଲେଖିପଢି ଜାଣିନଥିବା ଲୋକଙ୍କ ସଂଖ୍ୟା ୯ ଲକ୍ଷ ୨୬ ହଜାର। ନବରଙ୍ଗପୁର ପଛକୁ ଅଛି ଗଞ୍ଜାମ ଜିଲ୍ଲା। ଏଠି ୮ ଲକ୍ଷ  ୭୭ ହଜାର ନିରକ୍ଷର ଅଛନ୍ତି।

କେନ୍ଦ୍ର ଅର୍ଥ ଖର୍ଚ୍ଚ ହୋଇପାରୁନି

ନିରକ୍ଷରତା ଦୂର ପାଇଁ କେନ୍ଦ୍ର ସରକାର ୨୧୦୬-୧୭ ସୁଦ୍ଧା ୪୮ କୋଟି ୮ ଲକ୍ଷ ୫୩ ହଜାର ଟଙ୍କା ଦେଇଥିଲେ। ଏଥିରୁ ରାଜ୍ୟ ସରକାର ୪୧ କୋଟି ୭୩ ଲକ୍ଷ ୨୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ୬ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବାଟ ପାଉନାହାନ୍ତି ରାଜ୍ୟ ସରକାର।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଓଡ଼ିଶାରୁ ନିରକ୍ଷତା ଦୂର ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇଥିଲେ। ଏହି ଅର୍ଥକୁ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରିପାରିନାହାନ୍ତି। ଏହା ଦୁର୍ଭାଗ୍ୟର ବିଷୟ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos