ଆଉ ଏକ ଚିଟ୍‌ଫଣ୍ଡ କମ୍ପାନୀ ସହ ସଞ୍ଜୟଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଲୁଲୁ

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ପୁଣି ବଢିବାକୁ ଯାଉଛି। ପାଜେରୋ ଗାଡିକୁ ନେଇ ସମସ୍ୟାରେ ପଡିଥିବା ସଞ୍ଜୟଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଆଣିଛନ୍ତି ଗୁରୁତର ଅଭିଯୋଗ। ସଞ୍ଜୟଙ୍କ ନାଁ ନ ନେଇ ନୀଳାଞ୍ଚଳ ବିଲଡର୍ସ କାହା ନାଁରେ ରହିଛି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ଲୁଲୁ। ଏହି ବିଲଡର ସଂସ୍ଥାର ଖାତାକୁ ମାତୃଭୂମି ଚିଟ୍‌ଫଣ୍ଡ କମ୍ପାନୀ ଆକାଉଣ୍ଟ ନଂ. ୩୧୭୯୯୬୦୭୩୬୭ରୁ ୩୦ ଲକ୍ଷ ଟଙ୍କା ଯାଇଛି ବୋଲି […]

lulu

lulu

Rakesh Mallick
  • Published: Friday, 22 April 2016
  • Updated: 22 April 2016, 02:54 PM IST

luluଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ପୁଣି ବଢିବାକୁ ଯାଉଛି। ପାଜେରୋ ଗାଡିକୁ ନେଇ ସମସ୍ୟାରେ ପଡିଥିବା ସଞ୍ଜୟଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଆଣିଛନ୍ତି ଗୁରୁତର ଅଭିଯୋଗ। ସଞ୍ଜୟଙ୍କ ନାଁ ନ ନେଇ ନୀଳାଞ୍ଚଳ ବିଲଡର୍ସ କାହା ନାଁରେ ରହିଛି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ଲୁଲୁ। ଏହି ବିଲଡର ସଂସ୍ଥାର ଖାତାକୁ ମାତୃଭୂମି ଚିଟ୍‌ଫଣ୍ଡ କମ୍ପାନୀ ଆକାଉଣ୍ଟ ନଂ. ୩୧୭୯୯୬୦୭୩୬୭ରୁ ୩୦ ଲକ୍ଷ ଟଙ୍କା ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଲୁଲୁ କହିଛନ୍ତି ଯେ ଏହି ଚିଟ୍‌ଫଣ୍ଡ କମ୍ପାନୀର ଉଦ୍‌ଘାଟନ ଉତ୍ସବରେ ‘ସମ୍ପୃକ୍ତ ବ୍ୟକ୍ତି’ ଅତିଥି ହୋଇ ଯାଇଥିଲେ।

ଲୁଲୁ ପ୍ରଶ୍ନ କରିଛନ୍ତି, “ନିର୍ବାଚନ ପୂର୍ବରୁ ପୁରୀର ଏକ ହୋଟେଲରେ ଚଢାଉ କରାଯାଇ ଟଙ୍କା ଜବତ କରାଯାଇଥିଲା। ଚଢାଉ ବେଳେ ସେଠାରେ କିଏ ଉପସ୍ଥିତ ଥିଲେ?” ଏହାସହ ଜମି କିଣାରେ ହେରଫେର ଓ ଅର୍ଥ ଅନିୟମିତତା ଆଦି ଅଭିଯୋଗ ଆଣିଛନ୍ତି ଲୁଲୁ।

ଲୁଲୁ କହିଛନ୍ତି, “ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ପୁରୀର ହଲିଡେ ହୋଟେଲରେ ଚଢାଉ ହୋଇଥିଲା। ସେତେବେଳେ ଉକ୍ତ ଘରେ ଜଣେ ଖବରକାଗଜର ମାଲିକ ଥିଲେ, ଯିଏ କି ଶାସକ ଦଳର ପ୍ରାର୍ଥୀ ମଧ୍ୟ ହୋଇଥିଲେ। ଟଙ୍କା ଆଣିଥିବା ବ୍ୟକ୍ତି ଏବେ ଜେଲରେ ଅଛନ୍ତି, ସେ କେଉଁ ମାମଲାରେ ଗିରଫ ହୋଇଛନ୍ତି? ଉକ୍ତ ରୁମ୍‌ର ବିଲ୍‌ କାହା ଆକାଉଣ୍ଟରୁ ଦିଆଯାଇଥିଲା?”

ସେ କହିଛନ୍ତି, “ସମ୍ପୃକ୍ତ ବ୍ୟକ୍ତିଙ୍କ ଖବରକାଗଜ ଥିବା ଜମିର ବିପରୀତ ଦିଗରେ ଦୁଇ ଏକର ଇଡକୋ ଜମି ମିଷ୍ଟର ରିକ୍ସ ଟେକ୍ନୋଲଜି କମ୍ପାନୀ ଫ୍ରାଙ୍କଲିନ ୟୁଏସ୍‌ଏ ନାଁରେ ନିଆଯାଇଛି, ଏହା କାହାର? କେଉଁ ଟର୍ମ ଆଣ୍ଡ କଣ୍ଡିସନରେ ଜମି ନିଆଯାଇଛି, କେତେ ଜମିରେ ପାଚେରୀ ବୁଲିଛି, ହୋଟେଲ କେବେ ଆରମ୍ଭ ହେବା କଥା ଓ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତା’ର ଉତ୍ତର ରଖନ୍ତୁ।”

ସେ ଆହୁରି କହିଛନ୍ତି, “ସୋନପୁରରେ ୨୦୧୧-୧୨ ଆର୍ଥିକ ବର୍ଷରେ ଏକ ଯୁକ୍ତଦୁଇ ରେସିଡେନସିଆଲ କଲେଜ ଖୋଲାଯାଇଥିଲା। କଲେଜ ଆଫିଲିଏସନ ପାଇଁ ୨୫ ଲକ୍ଷ ଟଙ୍କା ଜମା କରିବାକୁ ନିୟମ ରହିଛି। ହେଲେ ନକଲି କାଗଜପତ୍ର ଦାଖଲ କରାଯାଇ ଏହି ଆଫିଲିଏସନ କରାଯାଇଛି। କଲେଜ ୩ ବର୍ଷ ଚାଲିଥିଲା, ୩୦୦ ପିଲା ନାମ ଲେଖାଇଥିଲେ। ହଠାତ କଲେଜ ବନ୍ଦ କରିଦିଆଗଲା, ହେଲେ ପିଲାମାନଙ୍କୁ ସେମାନଙ୍କ ଟଙ୍କା ଫେରା ଗଲାନାହିଁ। ଉକ୍ତ କଲେଜର ଅଫିସିଆଲ ଓ କର୍ମଚାରୀଙ୍କୁ ମଧ୍ୟ ଦରମା ଦିଆଯାଇନାହିଁ। ୨୦୧୧-୧୨ରେ କାହା ସହ ଏହି କଲେଜ ଟାଏ-ଅପ୍‌ କରିଥିଲା? ସୋନପୁର ସହର ଉପକଣ୍ଠରେ ଏକ ହରିଜନ ପରିବାରଠାରୁ ୨୦୧୨ ମାର୍ଚ୍ଚ ୩୦ରେ ଏକ ଜମି କିଣାଯାଇଛି। ୫୦,୦୦୦ ଟଙ୍କାରେ ଜମି ଦଲିଲ କରାଯାଇଛି। ହେଲେ ଏହି ଜମିର ବଜାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ, ଏହି ଜମିକୁ କିଏ ନେଇଛି? ୨୦୧୨ ଏପ୍ରିଲ ୨୪ରେ ବୀରମହାରାଜପୁରରେ ୮୩,୦୦୦ ଟଙ୍କାରେ ଜମି କିଣାଯାଇ ୬ ମାସରେ ଜଳ ଜମିରୁ ଘରବାଡ଼ି କିସମକୁ ପରିବର୍ତ୍ତନ କରାଯାଇଛି। ରାଜସ୍ୱ ଆଇନ ଅନୁସାରେ ରାସ୍ତା ପାଖ ଜମି କିମ୍ବା ରାସ୍ତାଠାରୁ ୨୫୦ ମିଟର ପର୍ଯ୍ୟନ୍ତ ଜମିର କିସମ ବଦଳାଇବାକୁ ଡିସିମିଲିକୁ ୧୦୦୦ ଟଙ୍କା ଦାଖଲ କରାଯିବା କଥା। ହେଲେ ଏଠାରେ ମାତ୍ର ୧୨୦୦ ଟଙ୍କାରେ କିସମ ବଦଳାଯାଇଛି। ଏହି ଜମି କାହା ନାଁରେ ଅଛି? ସୋନପୁରଠାରେ ଓଡ଼ିଶା ସେଲ୍‌ ଆର୍ଥିକ ସହାୟତାରେ ଏକ ରେଷ୍ଟ ଟ୍ରିଟମେଣ୍ଟ ସେଣ୍ଟର ଜଣେ ଚଳାଉ ଥିଲେ। ୨ବର୍ଷ ଚାଲିବା ପରେ ସମୀକ୍ଷା ସମୟରେ ଏହା ଠିକ ଭାବେ ଚାଲୁ ନ ଥିବା ଜଣାପଡିଥିଲା। ନିୟମ ଅନୁସାରେ ସମସ୍ତ ଟଙ୍କା ଆଦାୟ କରାଯିବା କଥା। ହେଲେ ସରକାର ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ଆଦାୟ କରି ପାରିନାହାନ୍ତି। ଏହି ସଂସ୍ଥା ସହ କିଏ ଜଡ଼ିତ ଅଛନ୍ତି? ୨୦୧୦-୧୧ ଆର୍ଥିକ ବର୍ଷରୁ ସୋନପୁରଠାରେ ଜନଶିକ୍ଷା ସଂସ୍ଥା (ଜିଏସ୍‌ଏସ୍‌) ପ୍ରୋଜେକ୍ଟ ଚାଲିଛି। ଏଥିପାଇଁ ବର୍ଷକୁ ୩୦ ଲକ୍ଷ ଟଙ୍କା ଭାରତ ସରକାରଙ୍କ ପାଖରୁ ଆସୁଛି। ଏଠାରେ ଗ୍ରାମାଞ୍ଚଳର ଲୋକଙ୍କୁ କାଗଜକଲମରେ ତାଲିମ ଦିଆଯାଉଛି, ଏଥିରେ କିଏ ସମ୍ପୃକ୍ତ ଅଛନ୍ତି?”

ସେ କହିଛନ୍ତି, “୨୦୧୨ରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ବଲାଙ୍ଗିର ଶିଳ୍ପାଞ୍ଚଳରେ ଯେଉଁ ଜମି କିଣା ଯାଇଛି, ତା’ର ମାଲିକ କିଏ? ନିର୍ବାଚନ ସତ୍ୟପାଠରେ ଏ ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ। ବିଏମପୁର ଥାନା ଅଞ୍ଚଳରେ ଥିବା ପିଏସ୍‌ସିକୁ ଯୁବଜ୍ୟୋତି ଯୁବକ ସଂଘ ଜରିଆରେ କିଏ ଚଳାଇଥିଲେ? ଏଠାରେ କେଉଁ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉଥିଲା, ସେମାନଙ୍କ ପାଇଁ ଦସ୍ତଖତ କିଏ କରୁଥିଲା? ଗଜପତିଠାରେ ୨ଟି ଓ ସମ୍ବଲପୁର, ସୁନ୍ଦରଗଡ଼ରେ ଗୋଟିଏ ଲେଖାଏଁ ପିଏସ୍‌ସିକୁ ନେଇ ଚଳାଉ ଥିଲେ। ଏହା ଠିକ ଭାବେ ଚାଲୁ ନ ଥିବା ଜଣାପଡିଲା।”

ଲୁଲୁ କହିଛନ୍ତି, “୨୦୧୧-୧୨ରେ ଧଳାରାଶି ଚାଷ ଉନ୍ନତି କରିବା ପାଇଁ ଓଡ଼ିଶା କୃଷି ବିଭାଗଠାରୁ ୨୨ ଲକ୍ଷ ଟଙ୍କା ଯୁବଜ୍ୟୋତି ଯୁବକ ସଂଘ ନାଁରେ ନିଆ ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ ଟଙ୍କା ନିଆଯାଇ ଥିଲା, ହେଲେ କିଛି କାମ ହୋଇ ନ ଥିଲା। ଇଣ୍ଟରନାଲ ଭିଜିଲାନ୍ସ ଦ୍ୱାରା ଧରାପଡିବା ପରେ ଅବଶିଷ୍ଟ ଟଙ୍କା ପ୍ରଦାନ ଉପରେ ରୋକ ଲାଗାଯାଇଥିଲା। ଏହି ସମୟରେ ଫାଇଲ୍‌ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ ପଡିଥିଲା। ସରକାରଙ୍କ ଚାପରେ ଏହାକୁ କାହିଁକି ବନ୍ଦ କରିଦିଆଯାଇଛି? ଜାଲେଠାରେ ଚାଲୁଥିବା ସୁଧାର ଗୃହ ବିଏମ୍‌ପୁର ଚମ୍ପାନାଳଠାରେ ଚାଲିଛି। ଏଠାରେ କେହି ଲୋକ ନାହାନ୍ତି। ୨୦୦୭-୦୮ରୁ ବର୍ଷକୁ ୯ ଲକ୍ଷ ଟଙ୍କା ଆସୁଛି। ହେଲେ ଜଣେ ହେଲେ ଲୋକ ଏଥିରୁ ଉପକୃତ ହୋଇନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos