ଲୁଲୁଙ୍କ ମହାନତା କାହାକୁ ଅଛପା ନାହିଁ: ବି.କେ. ହରିପ୍ରସାଦ

ଭୁବେନଶ୍ୱର: କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କୁ ପୂର୍ବରୁ ପିସିସି ସଭାପତି ପଦବୀ ଯଚା ଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ମନା କହିଥିଲେ ବୋଲି କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି। ଏହାସହ ସେ କହିଛନ୍ତି ଲୁଲୁ ବାବୁଙ୍କ ମହାନତା କାହାରିଙ୍କୁ ଅଛପା ନାହିଁ। ସେ କହିଛନ୍ତି,“ଓଡ଼ିଶା ପିସିସି ସଭାପତି ଥିବା ଜୟଦେବ ଜେନାଙ୍କୁ ବଦଳାଇବାର ପ୍ରସ୍ତାବ ଯେତେବେଳେ ଥିଲା ସେହି ସମୟରେ ଲୁଲୁଙ୍କ ସମେତ ୪ରୁ ୫ ଜଣଙ୍କ ନାମ ଆସିଥିଲା। ଏ […]

congress

congress

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 09:45 PM IST

Sports

Latest News

hariprasadଭୁବେନଶ୍ୱର: କଂଗ୍ରେସର ବରିଷ୍ଠ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କୁ ପୂର୍ବରୁ ପିସିସି ସଭାପତି ପଦବୀ ଯଚା ଯାଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ମନା କହିଥିଲେ ବୋଲି କଂଗ୍ରେସର ଓଡ଼ିଶା ପ୍ରଭାରୀ ବି.କେ. ହରିପ୍ରସାଦ କହିଛନ୍ତି। ଏହାସହ ସେ କହିଛନ୍ତି ଲୁଲୁ ବାବୁଙ୍କ ମହାନତା କାହାରିଙ୍କୁ ଅଛପା ନାହିଁ।

ସେ କହିଛନ୍ତି,“ଓଡ଼ିଶା ପିସିସି ସଭାପତି ଥିବା ଜୟଦେବ ଜେନାଙ୍କୁ ବଦଳାଇବାର ପ୍ରସ୍ତାବ ଯେତେବେଳେ ଥିଲା ସେହି ସମୟରେ ଲୁଲୁଙ୍କ ସମେତ ୪ରୁ ୫ ଜଣଙ୍କ ନାମ ଆସିଥିଲା। ଏ ସମ୍ପର୍କରେ ଲୁଲୁଙ୍କୁ ପଚରାଯିବାରୁ ସେ ସ୍ୱାସ୍ଥ୍ୟଗତ କରଣରୁ ପିସିସି ସଭାପତି ହେବାକୁ ମନା କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ହେଲେ ଏ ସମ୍ପର୍କରେ କହିବେ ବୋଲି ଲୁଲୁ କହିଥିଲେ। ପିସିସ ସଭାପତି ପାଇଁ ସେ ମୋତେ ପ୍ରସାଦ ହରିଚନ୍ଦନଙ୍କ ନାମ ସୁପାରିଶ କରିଥିଲେ। ଏହା ହେଉଛି ଲୁଲୁଙ୍କ ମହାନତା। ଏହା ଉପରେ ପୂର୍ବରୁ କିଛି କହିବାର ଆବଶ୍ୟକତା ନ ଥିଲା। ଏଥିରେ କୌଣସି ରାଜନୀତି କରାଯାଉ ନାହିଁ।”

ତେବେ ହରିପ୍ରସାଦଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି,“ଲୁଲୁ ମହାପାତ୍ରଙ୍କୁ ପିସିସି ସଭାପତି ପଦ ଯଚାଯାଇଥିଲା କି ନାହିଁ ମୁଁ ଜାଣିନି କିମ୍ୱା କିଏ ପିସିସି ସଭାପତି ହେବ ତାହା ଭିତରେ ମୁଁ ପଶେନି। ହରିପ୍ରସାଦ ଜଣେ ବରିଷ୍ଠ ନେତା। ସେ ଯଦି ତାଙ୍କ ସହିତ କଥା ହୋଇଥିବେ ସେ ସମ୍ପର୍କରେ ମୁଁ କିଛି କି ପାରିବିନି।”

ଅନ୍ୟପକ୍ଷରେ ଲୁଲୁଙ୍କ ଶେଷକୃତ୍ୟ ସମ୍ପନ୍ନକୁ ନେଇ ଛାତ କଂଗ୍ରେସ ବି.କେ. ହରିପ୍ରସାଦଙ୍କୁ କୈଫତ ମାଗିବା ଘଟଣାରେ ଆଜି ଛାତ୍ର କଂଗ୍ରେସ ଉପସଭାପତି କିରଣ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଅଖିଳ ଭାରତ ଛାତ୍ର କଂଗ୍ରେସ ପକ୍ଷରୁ ଭୂଷଣ ପଞ୍ଚେଲୱାର ଏ ନେଇ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos