ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେଲା ନବାନ୍ନ, ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

ସମ୍ୱଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା।  ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟା ୫ରୁ ୯ଟା ୧୯ ମଧ୍ୟରେ ଲାଗି ହୋଇଥିଲା ନବାନ୍ନ। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା। ଏହା ପରେ ଘରେ ଘରେ ଲୋକେ […]

sambulpur

sambulpur

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 10:02 PM IST

Sports

Latest News

sambulpurସମ୍ୱଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଉଠୁଚି ପଡୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପରମ୍ପରା ଅନୁଯାୟୀ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା।  ପୂର୍ବ ନିର୍ଦ୍ଧାରିତ ସମୟ ସକାଳ ୯ଟା ୫ରୁ ୯ଟା ୧୯ ମଧ୍ୟରେ ଲାଗି ହୋଇଥିଲା ନବାନ୍ନ। ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାନ୍ନ ଲାଗି ହୋଇଥିଲା। ଏହା ପରେ ଘରେ ଘରେ ଲୋକେ ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରିଥିଲେ।

ରାଗରୁଷା ଭୁଲି ପରିବାର ସଦସ୍ୟ ଏକାଠି ବସି ନୂଆ ଖାଉଛନ୍ତି। ନୂଆଖାଇଁ ପରେ ଅନୁଷ୍ଠିତ ହେବ ଭେଟଘାଟ୍‌। ପରମ୍ପରା ଅନୁସାରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବେ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ବଲାଙ୍ଗିରରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଦେବୀ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ବଲାଙ୍ଗିର ରାଜ ପରିବାରରେ ମଧ୍ୟ ନୂଆଁଖାଇ ପାଳନ କରାଯାଇଥିଲା। ରାଜା କନକ ବର୍ଦ୍ଧନ ସିଂହଦେଓ ଝିଅ ନିବୃତି ସିଂହଦେଓ, ଜ୍ୱାଇଁ ଲକ୍ଷ୍ୟ ରାଜ ସିଂ ମେୱାର ଓ ନାତୁଣୀଙ୍କ ସହ ନୂଆଁଖାଇ ପାଳିଥିଲେ।

ସେହିପରି ଟିଟିଲାଗଡ଼ରେ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ସାଢେ୯ଟାରେ ସହରର ଅଧିଷ୍ଠାତ୍ରୀ ଦେବୀ ଘଣ୍ଟାସୁନୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଥିଲା।  ଏହାପରେ ସହରବାସୀ ନିଜ ଘରେ ନୂଆଁଖାଇ ଥିଲେ।

ସୋନପୁରରେ ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧର ଇଷ୍ଟଦେବୀ ମାଆ ଭୈରବୀଙ୍କ ପାଖରେ ନୂଆ ଶସ୍ୟରେ ପ୍ରସ୍ତୁତ କ୍ଷୀରି, ପିଠା ଲାଗି ହେବା ପରେ ଘରେ ଘରେ ଛଅ ତିଅଣ ନଅ ଭଜା ପ୍ରସ୍ତୁତ କରି ନୂଆ ଖାଇଛନ୍ତି।

ଝାରସୁଗୁଡା ଜିଲ୍ଲାରେ ମଧ୍ୟ ପରମ୍ପରା ଓ ରୀତିନୀତି ଅନୁସାରେ ନୂଆଁଖାଇ ପାଳିତ ହୋଇଛି। ଲଖନପୁର ବ୍ଲକ କୁମର ଗାଁରେ ନିଆରା ଢଙ୍ଗରେ ନୂଆଁଖାଇ ପାଳିତ ହୋଇଛି। ଜାତିଭେଦ ଭୁଲି ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପରିବାର ଗାଁ ଦାଣ୍ଡରେ ଏକାଠି ବସି ନୂଆ ଖାଇଛନ୍ତି। ଖାଏନକୁନି ଗାଁରେ ଏମ୍‌ସିଏଲ୍‌ ଦ୍ୱାରା ବିସ୍ଥାପିତ ପରିବାର ଲୋକେ ମଧ୍ୟ ଏକାଠି ନୂଆଁଖାଇ ପାଳନ କରିବା ସହ ଜୁହାର ଭେଟ୍‌ କରିଥିଲେ।

ନୂଆଁଖାଇ ଅବସରରେ  ଟ୍ୱିଟ୍‌ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପର୍ବ କୃଷକଙ୍କ ଜୀବନରେ ଅଧିକ ଉନ୍ନତି ଆଣିଦେବ ବୋଲି ମୋଦି କାମନା କରିଛନ୍ତି। ସେହିପରି ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story