ଓଡ଼ିଶା ଉପକୂଳରୁ ଦୂରେଇ ଯାଉଛି ‘ରୁଆନୁ’

ଭୁବେନେଶ୍ୱର: ତାଜା ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ରୁଆନୁ’ ଧୀରେ ଧୀରେ ଓଡ଼ିଶା ଉପକୂଳଠାରୁ ଦୂରେଇ ଯାଉଛି। ବର୍ତ୍ତମାନ ଏହା ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ରାତି ସାଢ଼େ ୧୧ଟା ବା ୧୨ଟା ପରେ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ରାତି ସୁଦ୍ଧା ‘ରୁଆନୁ’ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଧୀରେ ଧୀରେ ପାଗରେ ସୁଧାର ଆସିବ। […]

rounu

rounu

Rakesh Mallick
  • Published: Friday, 20 May 2016
  • Updated: 20 May 2016, 04:29 PM IST

Sports

Latest News

rounuଭୁବେନେଶ୍ୱର: ତାଜା ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ଼ ‘ରୁଆନୁ’ ଧୀରେ ଧୀରେ ଓଡ଼ିଶା ଉପକୂଳଠାରୁ ଦୂରେଇ ଯାଉଛି। ବର୍ତ୍ତମାନ ଏହା ଓଡ଼ିଶା ଉପକୂଳ ସହିତ ସମାନ୍ତରାଳ ଭାବେ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ରାତି ସାଢ଼େ ୧୧ଟା ବା ୧୨ଟା ପରେ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ରାତି ସୁଦ୍ଧା ‘ରୁଆନୁ’ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଧୀରେ ଧୀରେ ପାଗରେ ସୁଧାର ଆସିବ। ‘ରୁଆନୁ’ ଓଡ଼ିଶା ଉପକୂଳରୁ ୧୫୦ ରୁ ୨୦୦ କିଲୋମିଟର ଦୂରରେ ରହୁଥିବାରୁ ଉପକୂଳରେ ପବନର ପ୍ରଭାବ ସେତେଟା ରହିବ ନାହିଁ। ତେବେ ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଥିଲା ଯେ ସାମୁଦ୍ରିକ ଝଡ଼ ‘ରୁଆନୁ’ ଗୋପାଳପୁରଠାରୁ ୫୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ରହିଛି। ଏହାର ବେଗ ଘଣ୍ଟାକୁ ୨୦ କିଲୋମିଟର ଥିବା ବେଳେ ଏହା ଉତ୍ତରପୂର୍ବ ଦିଗକୁ ଗତି କରୁଛି। ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ବାଂଲାଦେଶରେ ସ୍ଥଳଭାଗକୁ ପ୍ରବେଶ କରିବ। ‘ରୁଆନୁ’ର ଆଖି ସମୁଦ୍ର ଉପରେ ରହୁଥିଲେ ମଧ୍ୟ ଏହାର ୱାଲ ଓଡ଼ିଶା ଭୂଖଣ୍ଡରେ ରହୁଛି। ତେଣୁ ଓଡ଼ିଶାରେ ପବନର ବେଗ ବେଶ୍‌ ଅଧିକ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଦକ୍ଷିଣ ଓଡ଼ିଶାରେ ୯୦ରୁ ୧୦୦ କିଲୋମିଟର ବେଗରେ ଏବଂ ଉତ୍ତର ଓଡ଼ିଶାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ। ‘ରୁଆନୁ’ ପ୍ରଭାବରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ରୁଆନୁ’ ଓଡ଼ିଶା ଅତିକ୍ରମ କରିବା ସମୟରେ ସମୁଦ୍ରରେ ପ୍ରାୟ ଦେଢ ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀ ତଥା ସମୁଦ୍ର କୂଳିଆ ଲୋକଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶା ଉପକୂଳରେ ଥିବା ସମସ୍ତ ବନ୍ଦରରେ ୫ ନମ୍ବର ବିପଦ ସଙ୍କେତ ଦିଆଯାଇଛି।

ଏନେଇ ସାଇକ୍ଲୋନିଂ ୱାର୍ଣ୍ଣିଂ ଡିଭିଜନ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,“ସାମୁଦ୍ରିକ ଝଡ ‘ରୁଆନୁ’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଦକ୍ଷିଣ, ଉପକୂଳ ଓ ଉତ୍ତରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇ ଆସନ୍ତା କାଲି ମଧ୍ୟାହ୍ନ ଯାଏ ଲାଗି ରହିବ। ବର୍ଷା ସହ ପବନର ବେଗ ଧୀରେ ଧୀରେ ବଢି ୯୦ କିଲୋମିଟର ପ୍ରତି ଘଣ୍ଟା ଯାଏଁ ଯାଇପାରେ। ଆମେ ଆଶା କରୁଛୁ ‘ରୁଆନୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ୧ ମିଟରୁ ୧.୫ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ।”

ରାଜସ୍ୱ ସଚିବ ମୋନା ଶର୍ମାଙ୍କ କହିଛନ୍ତି,“ ସାମୁଦ୍ରିକ ଝଡ ‘ରୁଆନୁ’ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ସହିତ ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଜପତି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୁରଭଞ୍ଜରେ ସତର୍କ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାଦିନ ଛୁଟି ପାଇଁ ଏବେ ସ୍କୁଲ ଗୁଡିକ ବନ୍ଦ ଥିଲେ ମଧ୍ୟ ଆବଶ୍ୟକ ସ୍ଥଳରେ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନଶିକ୍ଷକ କିମ୍ବା ଯେ କୌଣସି ଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବାକୁ କୁହାଯାଇଛି। ତା’ଛଡା ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଖାଦ୍ୟ, ପାନୀୟଜଳ, ଆଲୋକ ଓ ଫାଷ୍ଟ ଏଡ୍‌ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଯାଏଁ ଓଡ୍ରାଫ ଟିମ୍‌ ମୁତୟନ କରାଯାଇ ନ ଥିଲେ ମଧ୍ୟ ୧୦ଟି ଯାକ ଟିମ୍‌କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ସେବା ଦଳ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story