ମହାନଦୀ ବିବାଦ: ଛତିଶଗଡ଼ରେ କଂଗ୍ରେସ ଟିମ୍‌

ଭୁବନେଶ୍ୱର/ରାୟପୁର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ  ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍‌ ଛତିଶଗଡ଼ ଗସ୍ତ କରିଛି। କଂଗ୍ରେସର ଏହି ଟିମ୍‌ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି। ଏହି ଟିମ୍‌ ଛତିଶଗଡ଼ ସରକାରର ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିରୋଧୀ ଦଳ ନେତାଙ୍କ ସହ ୭ ଜଣ ବିଧାୟକ ଏହି ଟିମରେ […]

cogresh

cogresh

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 03:32 PM IST

Sports

Latest News

ଭୁବନେଶ୍ୱର/ରାୟପୁର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ନେଇ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ  ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍‌ ଛତିଶଗଡ଼ ଗସ୍ତ କରିଛି। କଂଗ୍ରେସର ଏହି ଟିମ୍‌ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି। ଏହି ଟିମ୍‌ ଛତିଶଗଡ଼ ସରକାରର ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିରୋଧୀ ଦଳ ନେତାଙ୍କ ସହ ୭ ଜଣ ବିଧାୟକ ଏହି ଟିମରେ ଯାଇଛନ୍ତି। ଟିମ୍‌ରେ ବିଧାୟକ ନବ କିଶୋର ଦାସ, ସୁବଳ ସାହୁ,ଦେବେନ୍ଦ୍ର ଶର୍ମା, ପ୍ରକାଶ ଚନ୍ଦ୍ର ବେହେରା, ଅଶୁଂମାନ ମହାନ୍ତି ଓ ଯୋଗେଶ କୁମାର ସିଂହ ପ୍ରମୁଖ ଛତିଶଗଡ଼ ଯାଇଛନ୍ତି। ସେଠାରୁ ଟିମ୍‌ ଫେରିବା ପରେ ଏକ ସର୍ବଦଳୀୟ ବୈଠକ ଡକାଇ ଓଡ଼ିଶାର ସ୍ୱାର୍ଥ ରକ୍ଷା ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ଦଳ କହିଛି। ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଚିଠି ଲେଖି ଜଣାଇଛନ୍ତି।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos